Pratidin TV

Odisha's Digital News Platform

ଟାୱାର ଖୁଣ୍ଟ ରେ ଚଢି ଜୀବନ ହାରିଲେ ଯୁବକ , ମୃତ୍ୟର କାରଣ ଅସ୍ପଷ୍ଟ ..

1 min read

ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ନୂଆଗଡ ବ୍ଳକ ନୂଆଗଡ ଗାଁ ରେ ଜଣେ ଯୁବକ ଟାୱାର ଖୁଣ୍ଟ ରୁ ଡେଇଁ ଜୀବନ ହାରିଛନ୍ତି । ମୃତ  ଯୁବକ ଜଣକ ନୂଆଗଡ ଗାଁ ର କୈଳାଶ ସୁବୁଦ୍ଧି ଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣା ଜଣାପଡିଛି ।  ବର୍ତ୍ତମାନ ପର୍ଯ୍ୟନ୍ତ  ମୃତ୍ୟର   କାରଣ ଅସ୍ପଷ୍ଟ ରହିଛି ।  ଯୁବକ ଜଣକ ଆଜି ସକାଳେ ଖୁଣ୍ଟ ଉପରକୁ ଚଢ଼ିଯାଇଥିଲେ ।

ସଙ୍ଗେ ସଙ୍ଗେ ନୂଆଗଡ ଅଗ୍ନୀ ସମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଟାୱାର ଖୁଣ୍ଟରୁ  ଯୁବକ ଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ।  ଗୁରୁତର ଅବସ୍ଥାରେ ନାରାୟଣଙ୍କୁ ଖଜୁରୀପଦା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ। ସେଠାରେ ଡାକ୍ତର ନାରାୟଣ ସୁବୁଦ୍ଧି ଙ୍କୁ ମୃତ ଘୋଷଣା କରିଥିଲେ। ସେରଙ୍ଗ ପୋଲିସ ଶବ ଜବତକରି ବ୍ୟବଚ୍ଛେଦ ନିମନ୍ତେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣା ର ତଦନ୍ତ କରୁଛି।

Advertisement

Leave a Reply

Your email address will not be published. Required fields are marked *