Pratidin TV

Odisha's Digital News Platform

ଏକ ତରଫା ପ୍ରେମ ନେଲା ଜୀବନ : ବିଚ୍ ରାସ୍ତାରେ ଗୁଳି କଲା ପ୍ରେମିକ

1 min read

ନୂଆଦିଲ୍ଲୀ : ଦିନ ଦିପହରରେ ରାଜରାସ୍ତାରେ ଜଣେ ଯୁବତୀକୁ ଗୁଳି କରି ଫେରାର୍ ହୋଇଗଲା ଯୁବକ । ଗତକାଲି ପାଟନା ସହରରେ ଦେଖାଦେଇଛି ଏପରି ହୃଦୟ ବିଦାରକ ଦୃଶ୍ୟ । ସୂଚନା ଅନୁ୍‌ଯାୟୀ ପାଟନା ସହରର ଇନ୍ଦରାପୁରୀର ସିପ୍ରା ଅଞ୍ଚଳରେ ଘଟିଛି ଏଭଳି ବିଭତ୍ସ ହତ୍ୟାକାଣ୍ଡ । ଯାହାକି ସମ୍ପୂର୍ଣ୍ଣ ଭାବେ ସେଠାରେ ଲାଗିଥିବା ଏକ ସିସିଟିଭିରେ କଏଦ୍ ହୋଇଯାଇଥିଲା ।

ଭିଡିଓଟିରେ ଏକ ଯୁବତୀ କିଛି ବ୍ୟାଗ୍ ଧରି ଆସୁଥିବା ସମୟରେ ସେଠାରେ ପୂର୍ବରୁ ଯୋଜନା ବଦ୍ଦ ଭାବେ ଥିବା ଏକ ଯୁବକ ନିଜ ବ୍ୟାଗ ଭିତରୁ ବନ୍ଧୂକ କାଢି ହଠାତ୍ ଗୁଳି ଚଳାଇଥିଲା ଯୁବତୀଙ୍କ ଉପରକୁ । ଏହା ପରେ ସେଠାରୁ ଯୁବକ ଜଣଙ୍କ ଦୈଡି ପଳାଇଥିଲା । ଏହାପରେ ଗୁଳିର ଶବ୍ଦ ଶୁଣି ସ୍ଥାନୀୟଲୋକେ ସେଠାରେ ପହଞ୍ଚିଥିଲେ । ଯୁବତୀ ଜଣଙ୍କୁ ରକ୍ତାତ ଅବସ୍ଥାରେ ଦେଖି ପୋଲିସକୁ ଜଣାଇଥିଲେ । ସୂଚନା ପାଇ ପୋଲିସ ସଙ୍ଗେ ସଙ୍ଗେ ସେଠାରେ ଆସି ପହଞ୍ଚି ଯୁବତୀ ଜଣଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଇବା ସହ ପରିବାର ଲୋକଙ୍କୁ ଖବର ପଠାଇଥିଲେ ।

Advertisement


ଯୁବତୀଙ୍କ ବାପା ଜଣେ ପରିବା ବିକାଳି ଅଟନ୍ତି । ତାଙ୍କ କହିବା ଅନୁଯାୟୀ ସେମାନଙ୍କର ସେମିତି କାହାରି ସହିତ ସତୃତା ନାହିଁ । ତେବେ ଏପରି ଘଟଣା ଘଟେଇଲା କିଏ ?


ଏହାପରେ ପୋଲିସ ଘଟଣା ସ୍ଥଳରେ ଥିବା ସିସିଟିଭି ଆଧାରରେ ନିଜର ତଦନ୍ତ ଆରମ୍ଭ କରିଦେଇଛି । ତେବେ ପୋଲିସ ଅନୁମାନ କରିଛି ଯେ ଯୁବକ ଜଣଙ୍କ ଏକତରଫା ପ୍ରେମରେ ବୋଧେ ଏଭଳି କାଣ୍ଡ ଘଟାଇଥିବ । ଯୁବତୀ ଜଣଙ୍କ ତା ପ୍ରେମର ପ୍ରତ୍ୟକ୍ଷନ କରିଥିବାରୁ ନିଜ ରାଗ ସମ୍ଭାଳି ନପାରି ବୋଧେ ଯୁବକ ଜଣଙ୍କ ଏପରି ବିଭତ୍ସ ହତ୍ୟାକାଣ୍ଡ ଘଟାଇଛନ୍ତିା
ଯୁବତୀଜଣଙ୍କର ବେକରେ ଗୁଳି ବାଜିଥିବାରୁ ତାଙ୍କ ଅବସ୍ଥା ଏଯାଏଁ ଗୁରୁତର ଅଛି । ତେବେ ତାଙ୍କ ସ୍ୱାସ୍ଥ ଅବସ୍ଥାରେ ସୁଧାର ଆସିବାପରେ ହିଁ ପ୍ରକୃତ ଘଟଣା ଉପରୁ ପରଦା ଉଠିପାରିବ ବୋଲି କହିଚି ପୋଲିସ ।

Leave a Reply

Your email address will not be published. Required fields are marked *