Pratidin TV

Odisha's Digital News Platform

ଯୋବ୍ରା ବ୍ୟାରେଜରୁ ନଦୀକୁ ଡେଇଁଲେ ଯୁବତୀ ; ପାଣିକୁ ଡେଇଁ ବଞ୍ଚାଇଲେ ଯୁବକ ….

କଟକ ; ପୁଣି ମହାନଦୀକୁ ଡେଇଁଲେ ଜଣେ ଯୁବତୀ । କଟକ ଯୋବ୍ରା ବ୍ୟାରେଜ୍‌ରେ ମହାନଦୀକୁ ଡେଇଁଛନ୍ତି ଯୁବତୀ । ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟ ଯୁବକଙ୍କ ଉକ୍ତ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି । କଟକ ଯୋବ୍ରା ବ୍ୟାରେଜ୍ ନିକଟରେ ଘଟିଲା ଅଘଟଣ । ଜଣେ ଯୁବତୀ ବ୍ୟାରେଜ୍ ନିକଟକୁ ଆସି ଆତ୍ମହତ୍ୟା କରିବାକୁ ନଦୀକୁ ଡେଇଁପଡିଥିଲେ ।

ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ସେପଟେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ନଦୀକୁ ଡେଇଁ ସଂପୃକ୍ତ ଯୁବତୀଙ୍କୁ ଉଦ୍ଧାର କରିଥିଲେ । ଏବଂ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାରକାରୀ ଦଳଙ୍କୁ ଖବର ଦିଆଯାଇଥିଲା । ପରେ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ଉଦ୍ଧାରକାରୀ ବ୍ୟକ୍ତି ଓ ଯୁବତୀଙ୍କୁ ନଦୀରୁ ଉଦ୍ଧାର କରିଥିଲେ । ଏବେ ଯାଏଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀଙ୍କର ପରିଚୟ ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *