Pratidin TV

Odisha's Digital News Platform

ରାଜଧାନୀରେ ଯୁବତୀ ଖୋଲିଲେ ଡ୍ୟାନ୍ସ ବାରର ଗୁମର , ନାଚ ନାଁରେ ଯୁବତୀଙ୍କୁ ଆଣି ….

ରାଜଧାନୀରେ ଖୋଲିଲେ ଡ୍ୟାନ୍ସ ବାରର ଗୁମର। ରାଜଧାନୀ ଭୁବନେଶ୍ୱରର ରାତି ଗୁମର ଖୋଲିଦେଲେ ଜଣେ ଯୁବତୀ । ରାସ୍ତା ମଝିରେ ଯୁବତୀ ବଖାଣିଲେ ଅତ୍ୟାଚାରର ସତ। ଦେହ ଧନ୍ଦା ପାଇଁ ବାଧ୍ୟ କରାଯାଉଥିବାବେଳେ ନମାନିଲେ ନିର୍ଦ୍ଧୁମ ମାଡ଼ ମରାଯାଉଥିବା ଅଭିଯୋଗ ହୋଇଛି ।

ଏଭଳି ନିର୍ଯାତନା ସହି ନପାରି ନିଜ ଜୀବନ ବଞ୍ଚାଇ ପଳାଇ ଆସିଥିବା କହିଛନ୍ତି ଯୁବତୀ । ଏପରିକି ଥାନାରେ ଅଭିଯୋଗ ନ ଶୁଣିବାରୁ ଶେଷରେ ସେ ରାସ୍ତା ଉପରେ ବସି ରହିଥିବା ଦେଖିବାକୁ ମିଳିଛି । ଲକ୍ଷ୍ମୀସାଗର ଥାନା ସାମ୍ନାରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ରାସ୍ତା ଉପରେ ବସି ନ୍ୟାୟ ପାଇ ଆକୁଳ ନିବେଦନ କରିଛନ୍ତି ଯୁବତୀ । ଥାନା ସାମ୍ନା ରାସ୍ତାରେ ବସି ଲୋକଙ୍କୁ ହାତଯୋଡି ଗୁହାରୀ ହୋଇଛନ୍ତି ଯୁବତୀ ଜଣଙ୍କ। ପାଖାପାଖି ଅଧଘଣ୍ଟା ଧରି ରାସ୍ତାରେ ବସି ଗୁହାରୀ କରିଥିଲେ ବି କେହି ଶୁଣିନାହାନ୍ତି ।

ଶେଷରେ ଲୋକ ଏକାଠି ହୋଇ ଭିଡ଼ ଜମିବା ପରେ ପୋଲିସ ସମ୍ପୃକ୍ତ ଯୁବତୀଙ୍କୁ ଥାନାକୁ ନେଇଥିବା ଜଣାପଡ଼ିଛି । ଅଭିଯୋଗ ଅନୁସାରେ,ତାଙ୍କୁ ଜଣେ ଦଲାଲ ବାରରେ କାମ କରାଇବା ପାଇଁ ମୁମ୍ବାଇରୁ ଆଣିଥିଲେ। ବିମାନ ଯୋଗେ ଭୁବନେଶ୍ୱର ଆସିବା ପରେ ଏକ ବାରରେ ଡ୍ୟାନ୍ସର ଭାବେ କାମ କରୁଥିଲେ । ଅନ୍ୟ ବାର ଗାର୍ଲମାନେ ରହୁଥିବା ମେସରେ ତାଙ୍କୁ ରଖାଯାଇଥିଲା । ହେଲେ ଗୋଟିଏ ଦିନ ରହିବା ପରେ ତାଙ୍କ ସହ ଆରମ୍ଭ ହୋଇଥିଲା ଅତ୍ୟାଚାର । ଡ୍ୟାନ୍ସ ବାର ଆଳରେ ଆଣି ଦେହ ବ୍ୟବସାୟ କରିବାକୁ ବାଧ୍ୟ କରାଯାଇଥିଲା। ଏକଥା ଜାଣିବା ପରେ ସେ ମନା କରିଥିଲେ ଓ ବିରୋଧ କରିଥିଲେ। ହେଲେ ମେସ ରେ ରହୁଥିବା ଅନ୍ୟ ବାର ଗାର୍ଲ୍ ତାଙ୍କୁ ଏଠାରେ ଏଭଳି ହୋଇଥାଏ ବୋଲି କହି ଦେହ ବ୍ୟବସାୟ ପାଇଁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *