Pratidin TV

Odisha's Digital News Platform

ଭାଙ୍ଗ ପାଇଁ ବୋହିଲା ରକ୍ତର ନଦୀ ; ନଦେବାରୁ ପଥରରେ ଛେଚି ଦେଲେ ଯୁବକଙ୍କ ମୁଣ୍ଡ….

ଅନୁଗୋଳ ; ଭାଙ୍ଗ ପାଇଁ ବୋହିଲା ରକ୍ତର ନଦୀ । ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା ତେଣ୍ଟୁଲୋଇ ଗ୍ରାମରେ ଭାଙ୍ଗ ନଦେବାରୁ ପଥରରେ ଛେଚି ଲହୁଲୁହାଣ କରିଥିବା ନେଇ ଗୁରୁବାର ଛେଣ୍ତିପଦା ଥାନରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ତେଣ୍ଟୁଲୋଇ ଗ୍ରାମର ଜିତେନ୍ଦ୍ର ରାଉତ ତେଣ୍ଟୁଲୋଇ ଛକରେ ଛିଡା ହୋଇ ଥିବା ବେଳେ ସେହି ଗ୍ରାମର ସୁନିଲ ବେହେରା ତାଙ୍କ ନିକଟକୁ ଆସି ଭାଙ୍ଗ ଖାଇବାକୁ ମାଗିଥିଲେ ।

ଜିତେନ୍ଦ୍ର ମନା କରିଦେବାରୁ ସୁନିଲ ରାଗିଯାଇ ପାଟିତୁଣ୍ଡ କରିଥିଲା କ୍ଷ ଏନେଇ ଉଭୟଙ୍କ ମଧ୍ୟରେ ବଚଷା ହୋଇଥିଲା । ଏଥିରେ ସୁନିଲ ଉତକ୍ଷିପ୍ତ ହୋଇ ଏକ ପଥରେ ଜିତେନ୍ଦ୍ରଙ୍କ ମୁଣ୍ତକୁ ଛେଚି ଦେଇଥିଲେ । ପରିବାର ଲୋକେ ତୁରନ୍ତ ଜିତେନ୍ଦ୍ରଙ୍କୁ ଛେଣ୍ତିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିକରିଥିଲେ । ଚିକିତ୍ସାପରେ ଜିତେନ୍ଦ୍ର ଛେଣ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *