Pratidin TV

Odisha's Digital News Platform

କାଳିଆ ଦୂଆରେ ଏ କି ନ୍ୟାୟ : କାହିଁକି ସବୁବେଳେ ଦୁର୍ବଳ ଉପରେ ସବଳର ଅତ୍ୟାଚାର ?

ଭୁବନେଶ୍ୱର : ନିକଟରେ ପୁରୀ ଶ୍ରୀମନ୍ଦିର ସାମ୍ନାରୁ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହା ପୋଲିସ ପ୍ରଶାସନର ଢିଲା ବ୍ୟାବସ୍ଥାକୁ ଦର୍ଶାଇଛି । ଜଗାର ୯ ଦିନିଆ ରଥଯାତ୍ରାରେ କାହିଁ କେଉଁ ଦୂରଦୂରାନ୍ତରୁ ଭକ୍ତ ମାନଙ୍କ ଗହଳି ଲାଗିଛି । ଶ୍ରୀମୁଖର ଦର୍ଶନରେ ସର୍ବମୋକ୍ଷ ଲାଭ ହୁଏ ବୋଲି ତ ବୟସର ଅପରାହ୍ଣରେ ନଇଁଯାଇଥିବା ଅଣ୍ଟାରେତ କିଏ ନାକରେ ଲାଗିଥିବା ଅକ୍ସିଜେନ ପାଇପ୍‌କୁ ବି ଖାତିର ନକରି ଧାଇଁ ଆସିଛି ବଡଦାଣ୍ଡକୁ । କୁହନ୍ତି ସେଇ କଳାଶ୍ରୀମୁଖ କାଳିଆ ଠାକୁର ସବୁ ଦେଖିପାରେ ସବୁ ଜାଣିପାରେ । ସେଇଥିପାଇଁତ ସାଲବେଗ ପାଇଁ ସେ ରଥଅଟକାଇଥିଲା ଦାସିଆ ବାଉରୀ ହାତରୁ ନଡିଆ ଆଣିଥିଲା । କିନ୍ତୁ କଣ ଆଜି ସେ ଭକ୍ତଗହଳି ଭିତରେ ହଜିଯାଇଛି ନାଁ ତା ଚକା ଆଖିକୁ ଏ ନିରୀହ ବାଳକର ଦୁଃଖ ଦେଖାଯାଉନି ।

ହଁ ଆଜ୍ଞା ଆମେ କହୁଛୁ ପୁରୀ ବଡଦାଣ୍ଡରୁ ଭାଇରାଲ ହେଉଥିବା ଏକ ଭିଡିଓ ବିଷୟରେ । ଯେଉଁଥିରେ ଜଣେ ଦୁର୍ବଳ ଉପରେ ସବଳର ଅତ୍ୟଚାର ଦେଖାଯାଇଛି । ପିଲାଟି ବିହାରରୁ ଚାଲିଆସିଥିଲା ଜଗାର ରଥଯାତ୍ରାରେ ଭକ୍ତଗହଳିରେ ବୋଧହୁଏ ଟିକେ ଅଧିକ ଖେଳନା ବିକି ନିଜ ପରିବାର ପାଇଁ କିଛି ଭଲମନ୍ଦ କିଣି ଯିବ । ବହୁ ଆଶାରେ ସିଂହଦ୍ୱାରା ଆଗରେ ଏକ ହେଙ୍କାରେ କିଛି ଖେଳଣା ଧରି ବିକ୍ରିକରୁଥିଲା । କିନ୍ତୁ ହଠାତ୍ ଏକ ଅସାମାଜିକ ଯୁବକ ସେଠାକୁ ଆସି ତାକୁ ଟଙ୍କା ମାଗିବାକୁ ଲାଗିଥିଲା । ପିଲାଟି ଟଙ୍କା ନାହିଁ କହିବାରୁ ତାକୁ ସର୍ବସମ୍ମୁଖରେ ଚାପୁଡା ମାରିଚାଲିଲା ।

ବଡଦାଣ୍ଡରେ ଅନେକ ଲୋକ ଯିବା ଆସିବା କରୁଥାନ୍ତି କେହି ଭିଡିଓ ମଧ୍ୟ ବନାଉଥାନ୍ତି । କିନ୍ତୁ ଏଭଳି ଅନ୍ୟାୟକୁ ରୋକିବାର ସାହାସ୍ ବୋଧେ କାହା ପାଖରେ ନଥିଲା । ସତରେ କେତେ ଲଜ୍ଜିତ କେତେ ସ୍ୱାର୍ଥପର ସମାଜ ଆମର ଯେଉଁଠି ମଣିଷ ମଣିଷକୁ ସାହା୍‌ର୍ଯ୍ୟ କରିବା ବଦଳରେ ଦର୍ଶକ ପାଲଟିଥାଏ । କୁଆଡେ ଗଲା ପୋଲସି ପ୍ରଶାସନ । ବଡଦାଣ୍ଡ ଭଳି ଜାଗାରେ କାହିଁକି ନଥିଲା ପୋଲିସ ପ୍ରଶାସନ ?

Leave a Reply

Your email address will not be published. Required fields are marked *