Pratidin TV

Odisha's Digital News Platform

ସୁୁଝି ପାରିଲେନି କରଜ , ବିଷ ପିଇ ଧାନବିଲରେ ଜୀବନ ହାରିଲେ ଚାଷୀ

1 min read

ବାଲେଶ୍ୱର : ମୃତ୍ୟୁ କେତେବେଳେ କାହାକୁ ଗ୍ରାସିବ ତାହା ନା ଆମେ ଜାଣିଛୁ ନା ଆପଣମାନେ ଗତକାଲି ସିଂଲା ଥାନା ଅଞ୍ଚଳରେ ଜଣେ ୩୨ବର୍ଷୀୟ ଯୁବକ , ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।ସୂଚନାରୁ ପ୍ରକାଶ ବାଲେଶ୍ବର ଜିଲ୍ଲା ସିଂଲା ଥାନା ସିଂଲା ପଞ୍ଚାୟତ ଅନ୍ତର୍ଗତ ଦନେଇପୁର ଗ୍ରାମର ଗିରିଧାରି ବେହେରାଙ୍କ ପୁଅ କିଶୋର ବେହେରା ।

ସେ ଗତକାଲି ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ଘରୁ ବାହାରି କେଉଁଆଡେ ଯାଇଥିଲେ। ବିଳମ୍ବିତ ରାତି ପର୍ୟ୍ୟନ୍ତ ପରିବାର ଲୋକେ ତାଙ୍କୁ ଅପେକ୍ଷା କରିଥିଲେ ସେ ଘର କୁ ନ ଫେରିବାରୁ ଗ୍ରାମ ତଥା ବନ୍ଧୁବାନ୍ଧବ ଚାରିଆଡେ ଖୋଜାଖୋଜି କରିଥିଲେ କିନ୍ତୁ ତାଙ୍କୁ କଉଠୁ ବି ପାଇ ନଥିଲେ ଆଜି ସକାଳେ ଗ୍ରାମ ବାସୀ ବିଲକୁ ଯିବାବେଳେ ବିଲଲେ ପଡ଼ିଥିବା ଦେଖି ତାଙ୍କ ଘରକୁ ଜଣେଇଥିଲେ ।ପରିବାର ଲୋକେ ସେଠାରେ ତାଙ୍କୁ ମୃତ ଅବସ୍ଥାରେ ଦେଖି ଥାନାକୁ ଜଣାଇ ଥିଲେ ।

Advertisement

ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ସେଠାରୁ ଗୋଟିଏ ବିଷ ବୋତଲ ଓ ମାଜା ବୋତଲ ଜବତ କରିଛନ୍ତି । ତେବେ ଘର ଲୋକ କହିବା କଥା ଗତ ବର୍ଷ ଧାନଚାଷ ରେ କ୍ଷତି ସହି ଲୋକଙ୍କ ଧାର କରଜ ଶୁଝି ନ ପାରିବାରୁ ଆଜି ସେ ନିଜ ଜୀବନ ହରେଇଛନ୍ତି । କିନ୍ତୁ ଏପରି ଘଟଣା ଏକ ସନ୍ଦେହ ଘେରରେ ରହୁଛି ବୋଲି ଗ୍ରାମବାସୀ ଆଲୋଚନା କରୁଛନ୍ତି । ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ କେଶ ନଂ-୧୧/୨୩ ମୂଳେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *