Pratidin TV

Odisha's Digital News Platform

DEO ଙ୍କୁ ଗଣଶିକ୍ଷା ସଚିବଙ୍କ ଚିଠି ; ଏଣିକି ସ୍କୁଲରେ ନାମଲେଖାବା ପାଇଁ ବାଧ୍ୟତାମୂଳକ ନୁହେଁ ଆଧାରକାର୍ଡ ..

1 min read

ଭୁବନେଶ୍ୱର : ଏଣିକି ଆଧାରକାର୍ଡ ବିନା ସ୍କୁଲରେ ଆଡମିଶନ କରିପାରିବେ ଛାତ୍ରଛାତ୍ରୀ । ନିକଟରେ ରାଜ୍ୟର କିଛି ସ୍କୁଲରେ ଆଡମିଶନ ସମୟରେ ଆଧାରକାର୍ଡକୁ ବାଧ୍ୟତାମୂଳକ କରିଥିଲେ ପ୍ରଧାନଶିକ୍ଷକ । ଫଳରେ ଅନେକ ଛୋଟ ବଡ ଛାତ୍ରଛାତ୍ରୀମାନେ ହଠାତ୍ ଆଡମିଶନ ସମୟରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ତେବେ ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏଣିକି ଆଧାର କାର୍ଡ ଥାଉ ବା ନଥାଉ ଛାତ୍ରଛାତ୍ରୀମାନେ ସ୍କୁଲରେ ଆଡମିଶନ କରିପାରିବେ । ନାମଲେଖାଇ ସ । ରିବା ପରେ ଛାତ୍ରଛାତ୍ରୀମାନେ ଆଧାର ଜମା କରିପାରିବେ । ଏନେଇ ସମସ୍ତ ଊଋଙଙ୍କୁ ଗଣଶିକ୍ଷା ସଚିବ ଚିଠି ମାଧ୍ୟମରେ ଏ ସୂଚନା ଦେଇଛନ୍ତି ।

Advertisement

ତେବେ ଉକ୍ତ ଚିଠିରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଆହୁରି ଉଲ୍ଲେଖ କରିଛନ୍ତି ଯେ ଯେଉଁ ଛାତ୍ରଛାତ୍ରୀମାନଙ୍କର ଆଧାର କାର୍ଡ ନଥିବ, ସ୍କୁଲରେ ନାଁ ଲେଖାଇ ସାରିବା ପରେ ସେମାନେ କେମିତି ଆଧାର କାର୍ଡ ପାଇବେ, ସେଦିଗରେ ସ୍କୁଲ କର୍ତ୍ତୃପକ୍ଷ ଜିଲ୍ଲାର ବିଭିନ୍ନ ଅଫିସ ସହିତ ଯୋଗାଯୋଗ କରି ବ୍ୟବସ୍ଥା କରିପାରିବେ।

Leave a Reply

Your email address will not be published. Required fields are marked *