ଆୟକର ବିଭାଗର ବଡ ଘୋଷଣା : ଆଧାର ଲିଙ୍କ୍ ନହେଲେ ଏହି ମାସରୁ ଅଚଳ ହେବ ପ୍ୟାନ କାର୍ଡ ..
1 min readନୂଆଦିଲ୍ଲୀ : ଆୟକର ବିଭାଗର ବଡ ସୂଚନା । ଏଣିକି ଆଧାର ଲିଙ୍କ୍ ନଥିଲେ ଅଚଳ ହୋଇଯିବ ପ୍ୟାନକାର୍ଡ । ତେବେ ଆଧାରକାର୍ଡ ସହ ଲିଙ୍କ୍ ହୋଇନଥିବା ପ୍ୟାନ୍ କାର୍ଡଗୁଡିକ ୨୦୨୩ ଏପ୍ରିଲ ମାସ ୧ ତାରିଖରୁ ଅଚଳ ହୋଇଯିବ । ଆସନ୍ତା ବର୍ଷ ମାର୍ଚ୍ଚ ମାସ ୩୧ ତାରିଖ ସୁଦ୍ଧା ଏହି କାମ ଶେଷ କରିବାକୁ ବିଭାଗ ପକ୍ଷରୁ ଟିକସ ଦାତାଙ୍କୁ ପରାମର୍ଶ ଦିଆଯାଇଛି । ଆୟକର ନିୟମ ୧୯୬୧ରେ ଥିବା ବ୍ୟବସ୍ଥା ଅନୁସାରେ ପ୍ୟାନ ସହ ଆଧାରକାର୍ଡ ଲିଙ୍କ କରିବା ବାଧ୍ୟତାମୂଳକ ଅଟେ ।
ଏନେଇ ବିଭାଗ ସମୟ ପୂର୍ବରୁ ସୂଚିତ କରିଦେଇଛି । ଏହା ସହ ଆୟକର ବିଭାଗ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରିକରିଛି ଯେ ନିଷ୍କ୍ରିୟ ହେବାକୁ ଥିବା ପ୍ୟାନକାର୍ଡ ସହ ଆଧାରଲିଙ୍କ୍ ହୋଇଗଲେ ତାହା ପୁଣି ସକ୍ରିୟ ହୋଇଯିବ ।ବ୍ୟାଙ୍କ୍ ଖାତା ଖୋଲିବାଠାରୁ ଆରମ୍ଭ କରି , ମୋଟା ଅଙ୍କର ଟଙ୍କା ଜମା କରିବା , ଡିମାଟ ଖାତା ଖୋଲିବା ଏବଂ ରିଅଲ ଇଷ୍ଟେଟ୍ କାରବାର ଆଦି ବହୁ ଆର୍ଥିକ କାର୍ଯ୍ୟରେ ପ୍ୟାନ୍ କାର୍ଡ ବ୍ୟବହାର ହେଉଛି ।
ଟିକସଦାତାମାନେ ଆୟକର ବିଭାଗର ପୋର୍ଟାଲ ମାଧ୍ୟମରେ ୧୦୦୦ ଟଙ୍କାର ଫି ଦେଇ ପ୍ୟାନ୍ କାର୍ଡ ସହ ଆଧାରକୁ ଲିଙ୍କ୍ କରିପାରିବେ । ଆଧାର ସହ ପ୍ୟାନ୍ କାର୍ଡ ଲିିଙ୍କ କରାଇବାର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଜାଲ୍ ଓ ନକଲି ପ୍ୟାନକାର୍ଡ ଗୁଡିକୁ ହଟାଇବା ଏବଂ ଟିକସ ପଇଠ ନିୟମକୁ କଡାକଡିଭାବେ ପାଳନ କରିବା ।