Pratidin TV

Odisha's Digital News Platform

ଚନ୍ଦ୍ର ଓ ପୃଥିବୀର ବୀରଳ ଫଟୋ ଉଠାଇଲା ଆଦିତ୍ୟ L-1 , ଯାହା ଆପଣମାନେ ଆଗରୁ କେବେ ଦେଖିନଥିବେ …

1 min read

ନୂଆଦିଲ୍ଲୀ : ସାମ୍ନାକୁ ଆସିଲା ପୃଥୀବ ଓ ଚନ୍ଦ୍ରର ବିରଳ ଫଟୋ । ସେଲଫି ନେଲା ଆଦିତ୍ୟ L-1 । ଭାରତୀୟ ମହାକାଶ ଏଜେନ୍ସି ଇସ୍ରୋର ସୌର ମିଶନ ଆଦିତ୍ୟ L-1 ପୃଥିବୀ ଓ ଚନ୍ଦ୍ର ସହ ସେଲଫି ଉଠାଇଛି । ଏନେଇ ଇସ୍ରୋ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି ।

ତେବେ ଫଟୋରେ ପୃଥିବୀ ଓ ଚନ୍ଦ୍ରର ଦୃଶ୍ୟ ନିଆରା ଦେଖାଯାଉଛି । ଚନ୍ଦ୍ର ତୁଳନାରେ ପୃଥିବୀ ବିରାଟକାୟ ଦେଖାଯାଉଛି । ଫଟୋରେ ସାଟେଲାଇଟ୍ ଆଦିତ୍ୟ ଏଲ୧ର କିଛି ଅଂଶ ମଧ୍ୟ ଦୃଶ୍ୟମାନ ହୋଇଛି । ଏହି ଫଟୋ ସେପ୍ଟେମ୍ବର ୪ ତାରିଖରେ ଉଠାଯାଇଥିବା ନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।

Advertisement

ଆଦିତ୍ୟ L-1 କୁ ଡିସେମ୍ବର ୨ରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ପେସ୍ ସେଣ୍ଟରରୁ ଲଞ୍ଚ କରାଯାଇଥିଲା। ୧୨୫ ଦିନ ମହାକାଶ ଯାତ୍ରା ପୂରଣ କରିବା ପରେ ଆଦିତ୍ୟ ଏଲ୧ ପୃଥିବୀରୁ ୧୫ ଲକ୍ଷ କିଲୋମିଟର ଦୂର ଲେଗ୍ରିଜିୟନ ପଏଣ୍ଟର ହେଲୋ ଅର୍ବିଟରେ ସ୍ଥାପିତ କରାଯିବ। ଆଦିତ୍ୟ ଏଲ୍୧ରେ ଲାଗିଥିବା ପେଲୋଡ୍ ସୂର୍ଯ୍ୟ କିରଣ, ପ୍ଲାଜମା ଓ ଚୁମ୍ବକୀୟ କ୍ଷେତ୍ରର ଅଧ୍ୟୟନ କରିବ।

Leave a Reply

Your email address will not be published. Required fields are marked *