ଆଜି ପବିତ୍ର ବରାହଜନ୍ମ : କରୋନା ମହାମାରୀ ପରେ ପୁଣି ବରାହ କ୍ଷେତ୍ରରେ ଦିଶିଲା ଭକ୍ତଙ୍କ ଗହଳି …
1 min readଆଳି : ଓଡିଶାର ଅନ୍ୟତମ ତୀର୍ଥସ୍ଥଳୀ ହେଉଛି ବରାହ କ୍ଷେତ୍ର । ଶ୍ରୀ ଶ୍ରୀ ଲକ୍ଷ୍ମୀ ବରାହ ଜୀଉ ପୀଠ ଆଠି ସଡକ ପଥରେ କଟକଠାରୁ ଚାନ୍ଦବାଲି ମଧ୍ୟରେ ୯୫ କିମି ଦୂରରେ ଏବଂ ତୁଳସୀ କ୍ଷେତ୍ର କେନ୍ଦ୍ରାପଡାଠାରୁ ୩୫ କିମି ଦୂରରେ । ପୂର୍ବଭାଗରେ ବଙ୍ଗୋପସାଗର(ଭିତରକନିକା ଅଭୟାରଣ୍ୟ) ପଶ୍ଚିମ ଭାଗରେ ,ବିରଜା କ୍ଷେତ୍ର ଯାଜପୁର , ଉତ୍ତର ବାଗରେ ଚିରସ୍ରୋତା ଖରସ୍ରୋତା ନଦୀ । ନଦୀର ଅପରପାଶ୍ୱରେ ରାଜକନିକା ଓ ଓଡିଶାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣି ମନ୍ଦିର ଦକ୍ଷିଣଭାଗରେ ପୁଣ୍ୟତୋୟା ବ୍ରାହ୍ମଣୀ ନଦୀର ମଧ୍ୟଭାଗରେ ଆଳି । ଭୌଗଳିକ ଦୃଷ୍ଟି କୋଣରୁ ଆଳି ଏକ ନଦନଦୀ ଘେରା ଦ୍ୱୀପାଞ୍ଚଳ । ଏହି ଦ୍ୱୀପାଞ୍ଚଳ ଆଳିର ଭୌଗଳିକ ଅବସ୍ଥିତି , ନୈସର୍ଗିକ ସୌନ୍ଦର୍ଯ୍ୟ,ତତ୍କାଳୀନ ରାଜବଂଶଜମାନଙ୍କର ଆଧ୍ୟତ୍ମିକ ଚେତନା ,ଭାଇଚାରା,ଲୋକମାନଙ୍କ ମଧ୍ୟରେ ପରସ୍ପର ପ୍ରତି ଶ୍ରଦ୍ଧା ଓ ସହାନୁଭ୍ୟତିର ଏକ ଅନନ୍ୟ ଉଦାହରଣ । ଆଳିର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଲକ୍ଷ୍ମୀବରାହ ଜୀଉଙ୍କର ପୀଠସ୍ଥଳୀକୁ ଅନୁଧ୍ୟାନ କରି କବିବର ରାଧାନାଥ ରାୟ ନନ୍ଦିକେଶ୍ୱରୀ କାବ୍ୟରେ ଆଳିକୁ ସ୍ଥାନ ଦେଇ ଲେଖିଥିଲେ –
‘ବରାହ ପାଳିତ ବାଲିପୂର୍ଣ୍ଣ ଆଳି
କ୍ଷତ୍ରୀବୃନ୍ଦ ଯାର ମହାବିର୍ଯ୍ୟଶାଳୀ’
ପ୍ରତି ବର୍ଷ ବରାହ ଦ୍ଵାଦଶୀ ରେ ବୋହୁ ଆଡମ୍ବରେ ପୂଜା ପାଆନ୍ତି କେନ୍ଦ୍ରାପଡା ଜିଲ୍ଲା ଆଳିର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଲକ୍ଷ୍ମୀବରାହ ଜୀଉ । କିନ୍ତୁ ଗତ ଦୁଇ ବର୍ଷ ହେବ କୋଭିଡ ମହାମାରୀ ପାଇଁ ସର୍ବ ସାଧାରଣ ଦର୍ଶନ ବନ୍ଦ ଥିଲା ବେଳେ ,ଚଳିତ ବର୍ଷ ରାଜକନିକା, ପଟ୍ଟାମୁଣ୍ଡାଇ, ଆଳି ଓ ରାଜନଗର ଆଞ୍ଚଳ ର ଆଖପାଖ ଅଞ୍ଚଳ ର ଲୋକ ମାନଙ୍କ ବୋହୁ ମାତ୍ରା ରେ ସମାବେଶ ଦେଖିବାକୁ ମିଳୁଛି । ମାଘ ମାସ ଦ୍ଵାଦଶୀ ଦିନ ବଡ଼ି ଭୋରୁ ପହଡ଼ ଖୋଲିଲା ପରେ ମଙ୍ଗଳ ଆଳତି ହୁଏ, ଜୀଉଙ୍କ ସ୍ନାନ କାର୍ଯ୍ୟ ସମାପନ ପରେ ଆଳିର ବର୍ତ୍ତମାନ ଆଳି ରାଜା ଶ୍ରୀ ବ୍ରଜ କେଶରୀ ଦେବ ଓ ରାଣୀ ଙ୍କ ଉପସ୍ଥିତି ରେ ଠାକୁରଙ୍କୁ ସେବକ ମାନେ ଅଭିଷେକ କରନ୍ତି ଏହା ପରେ ଶ୍ରୀ ଜିଉ ରଜାବେଶ ହୁଅନ୍ତି । ପରେ ସର୍ବ ସାଧାରଣ ର୍ଦଶନ ପାଇଁ ଅନୁମତି ମିଳେ।
ଏହା ସହ ସନ୍ଧ୍ୟା ସମୟରେ ୧୦୮ ନୈଷ୍ଠିକ ବ୍ରାହ୍ମଣଙ୍କ ଦ୍ଵାରା ହରିହାଟ ମହୋତ୍ସବ ହେବା ସହ ନାମ ସଂକୀର୍ତ୍ତନରେ ମନ୍ଦିର ପରିବେଶ ମଧ୍ୟ ରେ ଏକ ଆଧ୍ୟାତ୍ମ୍ୟ ଭାବନା ଭାରି ଉଠେ। ଆଜି ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନ ଙ୍କ ସମାବେଶରେ ସମଗ୍ର ଆଳି ଅଞ୍ଚଳ ଉତ୍ସଵ ମୁଖର ହୋଇଉଠିଛି।