Pratidin TV

Odisha's Digital News Platform

ପ୍ରଶଂସକଙ୍କ ପାଇଁ ବଡ ଖବର : ବଲିଉଡ୍‌ରେ ଡେବ୍ୟୁ କରିବେ ଅଲ୍ଲୁ ଅର୍ଜୁନ , ସାଇନ୍ କଲେ ପ୍ରଥମ ଫିଲ୍ମ ..

1 min read

ହାଇଦ୍ରାବାଦ୍ : ପ୍ରଶଂସକଙ୍କୁ ଖୁସି ଖବର ଦେଲେ ଅଲୁ ଅର୍ଜୁନ । ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବେ ସାଉଥ୍ ସୁପରଷ୍ଟାର । ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ ତାଙ୍କ ଜନ୍ମଦିନ ପୂର୍ବରୁ ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇ ପ୍ରଶଂସକମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ଖୁବ୍‌ଶୀଘ୍ର ସେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ନିର୍ମାତା ଭୂଷଣ କୁମାର ଏବଂ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କ ସହ ଅଲୁ ଅର୍ଜୁନ ଏକ ଫିଲ୍ମ ସାଇନ୍ କରିଛନ୍ତି ।

https://www.instagram.com/p/CmJxdMOSemL/?utm_source=ig_web_copy_link

ଅତୀତରେ ସାଉଥ ବନାମ ବଲିଉଡର ଲଢେଇ ଦେଖିବାକୁ ମିଳୁଥିବାବେଳେ ଏହି ଖବର ପ୍ରଶଂସକଙ୍କ ପାଇଁ କୌଣସି ଆଶ୍ଚର୍ଯ୍ୟଠାରୁ କମ୍ ନୁହେଁ । ଏବେ ଅଲୁ ଅର୍ଜୁନ ଫିଲ୍ମ ‘ପୁଷ୍ପା-ଦ ରାଇଜ’ର ଜବରଦସ୍ତ ସଫଳତା ପରେ ଏବେ ଏହାର ଦ୍ୱିତୀୟ ଭାଗ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଫିଲ୍ମ ‘ପୁଷ୍ପା-ଦ ରାଇଜ’ରେ ଚମତ୍କାର ଅଭିନୟ କରିଥିବା ଅଲୁ ଅର୍ଜୁନଙ୍କ ଫି’ ମଧ୍ୟ ଦ୍ୱିତୀୟ ଭାଗରେ ଯଥେଷ୍ଟ ବଢାଯାଇଛି ।

https://www.instagram.com/p/CiWhxoeLnTx/?utm_source=ig_web_copy_link

ଡିସେମ୍ବର ୨୦୨୧ରେ ପୁଷ୍ପା ଭାଗ ୧ ରିଲିଜ ହୋଇଥିଲା । ନିର୍ମାତାମାନେ କହିଥିଲେ ଯେ ଏହାର ଦ୍ୱିତୀୟ ଭାଗ ମଧ୍ୟ ଡିସେମ୍ବରରେ ମୁକ୍ତିଲାଭ କରିବ । କେଜିଏଫ ୨ର ସଫଳତା ପରେ ର୍ନିମାତାମାନେ ପୁଷ୍ପା ୨ର ସ୍କ୍ରିପ୍ଟ ପରିବର୍ତନ କରିବାକୁ ନିଷ୍ପତି ନେଇଛନ୍ତି । କୁହାଯାଉଛି ଯେ ଆଲୁ ଅର୍ଜୁନଙ୍କ ଜନ୍ମଦିନ ଅର୍ଥାତ୍ ୮ ଏପ୍ରିଲରେ ସୁକୁମାର ‘ପୁଷ୍ପା ୨’ର ଝଲକ କିମ୍ବା ଏକ ଛୋଟ ଟିଜର ଭିଡିଓ ମୁକ୍ତିଲାଭ କରିବ ।

Leave a Reply

Your email address will not be published. Required fields are marked *