ଲାଲ ସିଂ ଚଡ୍ଡା ଫିଲ୍ମର ୨ ବର୍ଷ ପରେ, ପୁଣି ଠାରେ ନିଜ ଜଲୱା ଦେଖାଇବାକୁ କ୍ରିସମାସରେ ଆସୁଛନ୍ତି ଅମୀର ଖାନ
1 min readବଲିଉଡର ସୁପରଷ୍ଟାର ସହ ଫିଲ୍ମମେକର ଆମିର ଖାନ | ଶେଷ ଥର ପାଇଁ ଲାଲ ସିଂ ଚଡ୍ଡାରେ ନଜର ଆସିଥିବା ଅମୀର ଖାନ ତାଙ୍କର ଆଗାମୀ ଫିଲ୍ମର ସୀତାରେ ଜମିନ ପର ର ସୁଟିଂ ଆରମ୍ଭ କରିଦେଇଛନ୍ତି | TV9 ସହିତ ଏକ ପାରସ୍ପରିକ କଥାବାର୍ତ୍ତାରେ ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ବିଷୟରେ ଏକ ଅପଡେଟ୍ ସେୟାର କରିଥିଲେ | ଆମିର ଖାନ ପ୍ରକାଶ କରିଛନ୍ତି ଯେ ଖ୍ରୀଷ୍ଟମାସ ଅବସରରେ ସେ ଚଳିତ ବର୍ଷ ‘ସୀତାରେ ଜମିନ ପର’ ରିଲିଜ କରିବାକୁ ଯୋଜନା କରୁଛନ୍ତି |
ଲାଲ ସିଂ ଚଡ୍ଡା ଫ୍ଲପ ହେବା ପରେ ଅମୀର ଖାନ ଅଭିନୟରୁ ବ୍ରେକ ନେବାର ଘୋଷଣା କରିଥିଲେ | ସେ କହିଥିଲେ ଗତ କିଛି ମାସ ପାଇଁ ସେ ନିର୍ମାତା ଭାବରେ କାର୍ଯ୍ୟ କରିବେ | ଏବଂ ଅଭିନୟ ଜଗତରୁ କିଛି ମାସ ପାଇଁ ଦୂରରେ ରହିବେ | କିନ୍ତୁ ଅମୀର ଖାନ କରୁଛନ୍ତି ପୁଣି କମବ୍ୟାକ | ଏହି ଖବର ଶୁଣି ପ୍ରଶଂସକ ହୋଇଯାଇଛନ୍ତି ଖୁସି | ଆଉ ଏହି କମବ୍ୟାକକୁ ନେଇ ସେ ନିଜେ ସାକ୍ଷାତକାରଙ୍କୁ କହିଥିଲେ |
ନିକଟରେ ଅମୀର ଖାନ ତାଙ୍କ ଫିଲ୍ମ ଲାପତା ଲେଡ଼ିଜ ପାଇଁ ଚର୍ଚ୍ଚାରେ ଅଛନ୍ତି | ଏବଂ ସବୁଠୁ ବଡ କଥା ହେଉଛି ଏହି ଫିଲ୍ମର ନିର୍ଦ୍ଦଶନା ଦେଇଛନ୍ତି ଅମୀରଙ୍କ ପୂର୍ବତନ ସ୍ତ୍ରୀ କିରଣ ରାଓ | ଏହି ଫିଲ୍ମ ମୋର୍ଚ୍ଚ ୨ ରେ ରିଲିଜ ହେବାକୁ ଯାଉଛି | ସେଥିପାଇଁ ଦୁହେଁ ଫିଲ୍ମର ପ୍ରୋମସନ ପାଇଁ ବ୍ୟସ୍ତ ଅଛନ୍ତି | ଏହି ଚଳଚିତ୍ର ପ୍ରମୋସନ ସମୟରେ ଅମୀର ନିଜ ଆଗାମୀ ଫିଲ୍ମ ବିଷୟରେ କାହିଁଛନ୍ତ୍ତି | ଅଭିନେତା ୨0୨୪ ବର୍ଷ ଶେଷରେ ତାଙ୍କ ନୂଆ ଫିଲ୍ମ ସହିତ ଆସୁଛନ୍ତ୍ତି | ଯାହାର ନାମ ‘ସୀତାରେ ଜମିନ ପର |’ ତାଙ୍କ ଆଗାମୀ ଫିଲ୍ମରେ ଆମିର ଖାନ ସହ ମୁଖ୍ୟ ଭୂମିକାରେ ଜେନେଲିଆ ଦେଶମୁଖଙ୍କ ସହ ଯୋଡି ହୋଇଥିବାର ଦେଖିବାକୁ ମିଲିବ। ଏହା ହେଉଛି ସେମାନଙ୍କର ପ୍ରଥମ ଅନ-ସ୍କ୍ରିନ୍ ଫିଲ୍ମ |