Pratidin TV

Odisha's Digital News Platform

ଅମୀର ଖାନ ଖୋଜୁଛନ୍ତି ଜୀବନ ସାଥି ! ତୃତୀୟ ବିବାହ କୁ ନେଇ ଏମିତି କହିଲେ ଅଭିନେତା ..

ଏବେ ପୁଣିଥରେ ବର ସାଜିବାକୁ ପ୍ରସ୍ତୁତ ହେଉଛନ୍ତି ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ । ସର୍ବଦା ତାଙ୍କ ରିଲ ଲାଇଫ ଠାରୁ ରିଏଲ ଲାଇଫକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ସର୍ବଦା ପ୍ରଶଂସକ ମାନେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା ପାଇଁ ବେଶ ଆଗ୍ରହ ଥାନ୍ତି । ଏହାସହିତ ଏଥିପାଇଁ ତାଙ୍କୁ ଅନେକ ପ୍ରଶ୍ନ ମଧ୍ୟ ପଚାରିଥାନ୍ତି ।

ଆମୀର ଖାନ ୨ଟି ବିବାହ କରିଛନ୍ତି। ତାଙ୍କର ପ୍ରଥମ ବିବାହ ରିନା ଦତ୍ତାଙ୍କ ସହ ହୋଇଥିଲା। ରିନା ଏବଂ ଆମୀର ୧୯୮୬ରେ ବିବାହ କରିଥିଲେ । ଏହି ବିବାହ ୧୬ବର୍ଷ ପର୍ଯ୍ୟନ୍ତ ଚାଲିଥିଲା। ଏମାନଙ୍କର ଦୁଇଟି ସନ୍ତାନ ଆୟରା ଏବଂ ଜୁନେଦ ଅଛନ୍ତି । ରିନାଙ୍କଠାରୁ ଅଲଗା ହେବାପରେ ଆମୀର କିରଣ ରାଓଙ୍କୁ ବିବାହ କରିଥିଲେ। କିରଣ ଏବଂ ଆମୀରଙ୍କର ଏକ ପୁତ୍ର ଆଜାଦ ଅଛନ୍ତି। ହେଲେ ଆମୀରଙ୍କ ଏହି ଦ୍ୱିତୀୟ ବିବାହ ବେଶୀ ଦିନ ତିଷ୍ଠି ପାରି ନ ଥିଲା। କିଛି ବର୍ଷ ହେବ ଏମାନେ ଅଲଗା ହୋଇଯାଇଛନ୍ତି। ଏବେ ଆମୀରଙ୍କ ପ୍ରଶଂସକଙ୍କ ମନରେ ପ୍ରଶ୍ନ ଉଠିଛି ଅଭିନେତା ତୃତୀୟ ବିବାହ କରିବେ କି ନା।

ଯଦି କରିବେ କେବେ କରିବେ। କିରଣ ଏବଂ ଆମୀର ୨୦୨୧ରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଛାଡପତ୍ର ଘୋଷଣା କରିଥିଲେ। ବର୍ତ୍ତମାନ, ଆମୀର ରିୟା ଚକ୍ରବର୍ତ୍ତୀଙ୍କ ପୋଡକାଷ୍ଟରେ ଏମିତି କିଛି ପ୍ରଶ୍ନର ଉତ୍ତର ଦେଇଛନ୍ତି, ଯାହା ତାଙ୍କ ପ୍ରଶଂସକଙ୍କ ମନରେ ଥିବା ସନ୍ଦେହ ଦୂର କରିଛି। ଯେତେବେଳେ ରିୟା ଆମୀରଙ୍କୁ ତୃତୀୟ ଥର ବିବାହ କରିବା ବିଷୟରେ ପଚାରିଥିଲେ, ସେ କହିଥିଲେ – ‘ମୋର ବୟସ ୫୯ବର୍ଷ। ମୁଁ ଭାବୁନାହିଁ ଯେ ମୁଁ ବର୍ତ୍ତମାନ ପୁନର୍ବାର ବିବାହ କରିବାକୁ ସମର୍ଥ ହେବି। ଏହା ମୋ ପାଇଁ କଷ୍ଟକର। ମୋ ଜୀବନରେ ବର୍ତ୍ତମାନ ଅନେକ ସମ୍ପର୍କ ଅଛି। ମୁଁ ମୋ ପରିବାର ସହିତ ରହିଛି। ମୁଁ ପିଲା ଏବଂ ପରିବାର ସହିତ ଖୁସି ଅଛି ।

Leave a Reply

Your email address will not be published. Required fields are marked *