Pratidin TV

Odisha's Digital News Platform

ବଲିଉଡ୍‌ରୁ ବ୍ରେକ୍ ନେଲେ ଆମୀର , ଏହି କାରଣ ପାଇଂ ଆଉ କରିବେନି ଫିଲ୍ମ ….

ନୂଆଦିଲ୍ଲୀ : ଆମୀରଙ୍କ ପ୍ରଶଂସକମାନଙ୍କ ପାଇଁ ଦୁଃଖ ଖବର । କାରଣ ନିକଟରେ ବଲିଉଡରୁ ବ୍ରେକ୍ ନେବାକୁ ଚାହଛନ୍ତି ଆମୀର । ସେ ଆଉ ଅଭିନୟ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ତେବେ ବଲିଉଡ୍‌ର ମିଷ୍ଟର ପରଫେକ୍ଟ ଏବଂ ଲୋକମାନଙ୍କ ଅତିପ୍ରିୟ କଳାକାର କାହିଁକି ଏପରି ନିଷ୍ପତ୍ତି ଗ୍ରହଣ କରିଛନ୍ତି ଚାଲନ୍ତୁ ଜାଣିବା ।

ନିକଟରେ ଆମୀରଙ୍କ ଲାଲ୍ ସିଂ ଚଡ୍ଡା ଫ୍ଲପ୍ ହେବା ପରେ । ଏବେ ଏକ ନୂଆ ପ୍ରୋଜେକ୍ଟ ‘ଚାମ୍ପିଅନ୍ସ’ ଙ୍କୁ ନେଇ ତାଙ୍କ ପ୍ରଶଂସକ ମାନେ ଉତ୍ସାହିତ ଥିବା ବେଳେ ଆମୀର କିନ୍ତୁ ଫିଲ୍ମଟିକୁ କରିବାକୁ ମନାକରିଦେଇଛନ୍ତି । ଯାହାକୁ ଶୁଣିବା ପରେ ଦର୍ଶକମାନଙ୍କ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କାରଣ ସେ ଏହି ଫିଲ୍ମରେ ଅଭିନୟ କରିବାକୁ ମନା କରିଦେଇଛନ୍ତି ସତ କିନ୍ତୁ ଏହାକୁ ସେ ପ୍ରସ୍ତୁତ କରିବେ।

ଆମୀର ନିଜେ ଏହି ଚଳଚ୍ଚିତ୍ରକୁ ତାଙ୍କ ପ୍ରଡକ୍ସନରେ ନିର୍ମାଣ କରୁଛନ୍ତି।ନିକଟରେ ଏକ ପ୍ରେସମିଟ୍‌ରେ ସେ କହିଛନ୍ତି ଯେ ସେ ତାଙ୍କ ମା’ ଓ ପିଲାମାନଙ୍କ ସହିତ ସମୟ କାଟିବା ପାଇଁ ଅଭିନୟରୁ କିଛି ଦିନ ବିରତି ନେବାକୁ ଚାହୁଁଛନ୍ତି।
ଅମୀର ଆହୁରି କହିଚନ୍ତି ଯେ , ଯେତେବେଳେ ମୁଁ ଏକ କଳାକାର ଭାବେ ଫିଲ୍ମ କରେ, ସେତେବେଳେ ମୁଁ ଏଥିରେ ଏମିତି ଭାବେ ବୁଡିଯାଏ ଯେ ସତେଯେମିତି ମୋ ଜୀବନରେ ଆଉ କିଛି ନାହିଁ। ‘ଲାଲ୍ ସିଂହ ଚଡ୍ଢା’ କୁ ଚାମ୍ପିଅନ୍ସ କୁହାଯିବା ପରେ ମୋର ଏକ ଫିଲ୍ମ କରିବାର ଥିଲା। ମୁଁ ‘ଚାମ୍ପିଅନ୍ସ’ର ପ୍ରଡକ୍ସନ କରିବି କାରଣ ମୁଁ ଏନେଇ ବହୁତ ଏକ୍ସାଇଟେଡ୍ ଅଛି। ମତେ ଲାଗୁଛି ଏହା ଖୁବ୍ ଭଲ ସ୍କ୍ରିପ୍ଟ, ଏକ ଦମଦାର କାହାଣୀ ଏବଂ ଏହା ଏକ ହୃଦୟସ୍ପର୍ଶୀ ଏବଂ ସୁନ୍ଦର ଚଳଚ୍ଚିତ୍ର।”

ଆମୀର ଆହୁରି କହିଛନ୍ତି, “କିନ୍ତୁ ମତେ ଲାଗୁଛି ମତେ ଏକ ବିରତି ଦରକାର। ମୋ ପରିବାର ସହିତ, ମା’ଙ୍କ ସହିତ, ମୋ ପିଲାମାନଙ୍କ ସହିତ ସମୟ ବିତାଇବାକୁ ଚାହୁଁଛି।” ତେବେ ଦୀର୍ଘ ୩ ଦଶନ୍ଧିରୁ ଅଧିକ କ୍ୟାରିୟରରେ ପ୍ରଥମ ଥର ପାଇଁ ସେ ଅଭିନୟରୁ ବିରତି ନେଉଛନ୍ତି। ଏହାକୁ ନେଇ ସେ କହିଛନ୍ତି ଯେ, “ମୁଁ ଅନୁଭବ କରୁଛି ଯେ ମୁଁ ୩୫ ବର୍ଷ ଧରି କାମ କରୁଛି ଏବଂ ମୁଁ ଏକାଗ୍ରତା ସହିତ ମୋର କାମ ଉପରେ ଧ୍ୟାନ ଦେଇଛି।”

“ମୁଁ ଭାବୁଛି ଏହା ମୋ ନିକଟତର ଲୋକଙ୍କ ପାଇଁ ଠିକ ନୁହେଁ। ଏହା ହେଉଛି ସେହି ସମୟ ଯେତେବେଳେ ମୁଁ ଭାବୁଛି ଯେ ସେମାନଙ୍କ ସହିତ ରହିବାକୁ ମୋତେ କିଛି ସମୟ ବାହାର କରିବାକୁ ପଡିବ। ଏବଂ ବାସ୍ତବରେ ଜୀବନକୁ ଏକ ଭିନ୍ନ ଢଙ୍ଗରେ ଅନୁଭବ କରିବାକୁ ପଡିବ। ଆସନ୍ତା ଦେଢ ବର୍ଷ ପାଇଁ ମୁଁ ଅଭିନେତା ଭାବରେ କାମ କରିବି ନାହିଁ।”

Leave a Reply

Your email address will not be published. Required fields are marked *