Pratidin TV

Odisha's Digital News Platform

ଆମୀରଙ୍କ ଲାଡଲୀ ବିବାହରେ ‘ନୋ ଗିଫ୍ଟ ପଲିସି’, ଅତିଥିମାନଙ୍କୁ ଉପହାର ବଦଳରେ କରିବାକୁ ପଡିବ ଏପରି… 

ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଭାବେ ଜଣାଶୁଣା ଆମୀର ଖାନଙ୍କ ଲାଡଲୀ ଆୟରା ଖାନ୍‌ ବିବାହ କରିବେ ।ଦୀର୍ଘ ଦିନରୁ ଡେଟିଂ କରୁଥିବା ତାଙ୍କ ବୟଫ୍ରେଣ୍ଡ ନୂପୁର ଶିଖରେଙ୍କ ସହ ଆଜି ପବିତ୍ର ବନ୍ଧନରେ ବାନ୍ଧି ହେବେ । ଗତ ଗତକାଲି ଠାରୁ ସରିଛି ମେହେନ୍ଦୀ ଏବଂ ହଳଦୀ କାର୍ଯ୍ୟକ୍ରମ । ଏହି ପ୍ରି ୱେଡ଼ିଂ ସେରିମନିରେ ଆମୀରଙ୍କ ଦୁଇ ପତ୍ନୀ କିରଣ ରାଓ ଏବଂ ରୀନା ଦତ୍ତଙ୍କ ସମେତ ଅନ୍ୟ ସେଲିବ୍ରିଟି ମାନେ ଉପସ୍ଥିତ ଥିଲେ। ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା ପରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବେ ।ତେବେ ଆଜି ବିବାହ କାର୍ଯ୍ୟକ୍ରମ ଥିବା ବେଳେ ଏହି କାର୍ଯ୍ୟକ୍ରମରେ ସୀମିତ ପରିବାର ଏବଂ ସାଙ୍ଗସାଥି ଉପସ୍ଥିତ ରହିବେ। ଦୁହେଁ ମହାରାଷ୍ଟ୍ରୀୟ ଲୁକରେ ବିବାହ କରିବା ନେଇ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି ଆୟରା । ତେବେ ଏହି ଦମ୍ପତିଙ୍କ ବିବାହରେ ଏକ ନିୟମ ରହିବ, ଯାହା ପାରିନୀତି ଚୋପ୍ରା ଏବଂ ରାଘବ ଚଡ୍ଡାଙ୍କ ବିବାହରେ ମଧ୍ୟ ରହିଥିଲା । ବିବାହରେ ଯୋଗ ଦେଉଥିବା ଅତିଥିମାନଙ୍କ ପାଇଁ ‘ନୋ ଗିଫ୍ଟ ପଲିସି’ ରହିବ । ଏହି ‘ନୋ ଗିଫ୍ଟ ପଲିସି’ ପଛରେ ରହିଛି ସୁନ୍ଦର ଚିନ୍ତାଧାରା । ନୂତନ ଦମ୍ପତ୍ତିଙ୍କୁ ବିବାହରେ ଉପହାର ଦେବା ପରିବର୍ତ୍ତେ ଏନଜିଓରେ ଦାନ କରିବା ପାଇଁ କୁହାଯାଇଛି । ରିପୋର୍ଟରୁ ପ୍ରକାଶ ଯେ ଆମୀର ଖାନ୍ ନିଜେ ଝିଅ ଆୟାରଙ୍କ ବିବାହରେ ଉପହାର ନେବାକୁ ମନା କରିଦେଇଛନ୍ତି । ସେ କହିଛନ୍ତି ଯେ ଉପହାର ଦେବା ପରିବର୍ତ୍ତେ ଆର୍ଶୀବାଦ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *