Pratidin TV

Odisha's Digital News Platform

୪୬ ଦିନ ଧାରଣା ପରେ ରାଜଧାନୀରେ ତେଜିଲା ଅଙ୍ଗୱାଡି କର୍ମୀଙ୍କ ରାଲି ..

ଭୁବନେଶ୍ୱର : ରାଜଧାନୀରେ ଆଜକୁ ଦୀର୍ଘ ୪୬ ଦିନ ଧରି ରାଜରାସ୍ତାରେ ବସିଛନ୍ତି ହଜାର ହଜାର ଅଙ୍ଗନବାଡ କର୍ମୀ । ଓଡିଶାର ୩୦ ଟି ଜିଲ୍ଲାରୁ ଏକତ୍ରିତ ହୋଇଛନ୍ତି ସବୁ ଅଙ୍ଗନବାଡି କର୍ମୀ । ଆଜି ଦାବିପୂରଣ ନିମନ୍ତେ ପିଏମଜିରୁ ବାହାରି ରାଜମହଲ ଛକ ପର୍ଯ୍ୟନ୍ତ ଏହି ବିଶାଳ ରାଲି ଯାଇଥିଲା । କିନ୍ତୁ ନବୀନ ନିବାସ ଆଡକୁ ଅଙ୍ଗନବାଡି କର୍ମୀଙ୍କ ବିଶାଳ ରାଲି ବାହାରିଥିବା ସମୟରେ ଅଟକାଇଥିଲେ ପୋଲିସ କର୍ମୀ ।

ଆଜକୁ ପ୍ରାୟ ୪୬ ଦିନ ହେବ ନିଜ ପିଲା ଝୁଆ ଘର ସଂସାର ଚାକିରୀ ଛାଡି ୮ ଦଫା ପୂରଣ ଦାବିରେ ରାଜରାସ୍ତାରେ ଶୀତ କୁହୁଡିରେ ପଡିରହିଛନ୍ତି ହଜାର ହଜାର ଅଙ୍ଗନବାଡିକର୍ମୀ ।

ଆଜି କିନ୍ତୁ ଏହି ବିଶାଳ ରାଲି ଏକତ୍ରିତ ହୋଇ ନବୀନ ନିବାସ ଯିବା ବାଟରେ ରାଜମହଲ ଛକଠାରେ ଅଟକାଇଥିଲା ପୋଲିସ ଫୋର୍ସ । ଅଙ୍ଗନବାଡି ଚାକିରୀ ସରାକରଙ୍କ ଅôଦନରେ ଯାଉଥିଲେ ମଧ୍ୟ । ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି ଅଙ୍ଗନବାଡି କର୍ମୀ । ଯେପରି ସରାକରୀ ସୁବିଧା , ବିଭିନ୍ନ ବର୍ଗର ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି, ସରକାରୀ ଚାକିରି ମାନ୍ୟତା, ୬ ଜଣ ନିଲମ୍ବିତ ଅଙ୍ଗନବାଡ଼ି କର୍ମୀଙ୍କୁ ପୁନଃ ନିଯୁକ୍ତି ଭଳି ଏକାଧିକ ଦାବିକୁ ନବୀନବାବୁଙ୍କୁ ଜଣାଇବାକୁ ଆସିଥିଲେ ଏମାନେ । କିନ୍ତୁ ଦୀର୍ଘ ୪୬ ଦୀନ ଧରି ବସିଥିଲେ ମଧ୍ୟ ସରକାରଙ୍କ ଠାରୁ ଲିଖିତ ପ୍ରମାଣତ ଦୂରର କଥା କୌଣସି ପ୍ରକାରର ପ୍ରତିଶୂତୀ ମଧ୍ୟ ମିଳିନଥିଲା ।

ଏନେଇ ସେମାନେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ବାହାରିଥିଲେ। ତେବେ ଏକ ୮ ଜଣିଆ ପ୍ରତିନିଧି ଦଳକୁ ସେଠାରୁ ଆଲୋଚନା ପାଇଁ ନବୀନ ନିବାସ ନିଆଯାଇଛି।ଯଦି ସେମାନଙ୍କ ଦାବି ପୂରଣ ନହୁଏ ତେବେ ୧୩ ତାରିଖ ଦିନ ୧୬ ନଂ ଜାତୀୟ ରାଜପଥ ବନ୍ଧ କରିବେ ବୋଲି ଗଣମାଧ୍ୟମ ଆଗରେ ଚେତାବନି ଦେଇଛନ୍ତି ଅଙ୍ଗନବାଡି କର୍ମୀ ।

Leave a Reply

Your email address will not be published. Required fields are marked *