ଗିରଫ ହେବେ କି କେଜ୍ରିୱାଲ୍ ? ଟ୍ୱିଟ୍ କରି ଆଶଙ୍କା ପ୍ରକାଶ କଲେ ଆପ୍ ନେତା
1 min readଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ ବଢ଼ିବାରେ ଲାଗିଛି । ଗତ କାଲି ଇଡ଼ି ଅଫିସ ରେ ହାଜର ହେବାକୁ ଥିବା ବେଳେ ସେ ସେଠାକୁ ଯାଇନଥିଲେ । ଇଡିର ୩ଟି ସମନକୁ ଅବଜ୍ଞା ପରେ କେଜ୍ରିୱାଲଙ୍କ ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ଆଜି ଗିରଫ ହୋଇପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏନେଇ ଟ୍ୱିଟ୍ କରି ଆଶଙ୍କା ପ୍ରକାଶ କରିଛନ୍ତି ଆପ୍ ନେତା ଓ ମନ୍ତ୍ରୀ । ମନ୍ତ୍ରୀ ଅତିଶୀ ଓ ଆପ୍ ନେତା ସୌରଭ ଭରଦ୍ୱାଜ ସୋସିଆଲ ମିଡିଆରେ ଏନେଇ ପୋଷ୍ଟ କରିଛନ୍ତି । ସେପଟେ ଆଜି ସକାଳୁ କେଜ୍ରିୱାଲଙ୍କ ଘରକୁ ସଂଯୋଗ କରୁଥିବା ରାସ୍ତା ବ୍ଲକ କରିଛି ଦିଲ୍ଲୀ ପୋଲିସ ।
ଆଇନ ଅନୁଯାୟୀ ଜଣେ ଅତି ବେଶୀରେ ୩ଟି ସମନକୁ ଏଡ଼ାଇ ପାରିବେ । ଏହା ପରେ ଇଡି ଜାମିନ ବିହୀନ ପରୱାନା ଜାରି ଲାଗି ପଦକ୍ଷେପ ନେଇଥାଏ । ଏହାସତ୍ତ୍ୱେ ବି ସେ ଯଦି ହାଜର ନହୁଅନ୍ତି ତେବେ ଇଡି ତାଙ୍କୁ ଗିରଫ କରିବା ସହ ଅନ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥାଏ ।କ୍ରେଜିୱାଲଙ୍କ ପକ୍ଷରରେ ମଧ୍ୟ ଏଭଳି ଘଟିପାରେ ବୋଲି ଆଶଙ୍କା ରହିଛି । ଏବେ ଇଡିର ସମନକୁ କୋର୍ଟରେ ଚ୍ୟାଲେଞ୍ଜ କରିପାରନ୍ତି ନଚେତ ଆଗୁଆ ଜାମିନ ଆବେଦନ କରିପାରନ୍ତି ।