Pratidin TV

Odisha's Digital News Platform

ହେବନି ମେଣ୍ଟ , ୨୦ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଆପ୍ …

1 min read

ମେଣ୍ଟ ଚର୍ଚ୍ଚା ଉପରେ ପଡିଲା ପୂର୍ଣ୍ଣଛେଦ । ହରିୟାଣା ରୁ ଏକାକୀ ଲଢିବ ଆମ୍ ଆଦମୀ ପାର୍ଟି। ବର୍ତ୍ତମାନ ହରିୟାଣା ବିଧାନସଭା ନିର୍ବାଚନ ରେ  ୨୦ଟି ସିଟ୍ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ଆମ୍ ଆଦମୀ ପାର୍ଟି। ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ହରିୟାଣାରେ ଆପ୍ ଏବଂ କଂଗ୍ରେସ ମଧ୍ୟରେ କୌଣସି ମେଣ୍ଟ ହେବ ନାହିଁ। ଆପ୍‌ ଓ କଂଗ୍ରେସ ହରିୟାଣାରେ ଏକାଠି ଲୋକସଭା ନିର୍ବାଚନ ଲଢ଼ିଥିଲେ ।

ତେଣୁ ବିଧାନସଭା ନିର୍ବାଚନ ମଧ୍ୟ ଏକାଠି ଲଢ଼ିବାକୁ କଥା ଛିଡ଼ିଥିଲା। ହେଲେ ଦଳ ସିଟ୍‌ ଶେୟାରିଂ ଫର୍ମୁଲାକୁ ନେଇ ଏକମତ ହୋଇ ପାରିନାହାନ୍ତି । ସୂଚନାନୁସାରେ, ଆପ୍ ୧୦ଟି ସିଟ୍ ଦାବି କରୁଥିବାବେଳେ କଂଗ୍ରେସ ଏହାକୁ ମାତ୍ର ସାତୋଟି ସିଟ୍ ଦେବାକୁ ପ୍ରସ୍ତୁତ ଥିଲା।ଖବର ମୁତାବକ, ଆପ୍‌ ରାଜ୍ୟର ୯୦ଟି ବିଧାନସଭା ଆସନରୁ ୧୦ଟିରେ ପ୍ରାର୍ଥୀ ଦେବାକୁ ଚାହୁଁଥିବାବେଳେ, କଂଗ୍ରେସ କିନ୍ତୁ କେବଳ ୭ଟି ଆସନ ଆପ୍‌କୁ ଦେବ ବୋଲି ସର୍ତ୍ତ ରଖିଥିଲା । ଏହିପରି ଉଭୟ ଦଳ ନିଜ ନିଜ ଜିଦ୍ ରେ ରହିବାରୁ ସିଟ ଅଙ୍କ ଛିଡି ନଥିଲା। ତେଣୁ ମେଣ୍ଟ ଗଠନ ହୋଇପାରିଲା ନାହିଁ।

Advertisement

ଆପ୍ ୧୧ ଜଣ କଂଗ୍ରେସ ପ୍ରାର୍ଥୀଙ୍କ ବିରୋଧରେ ନିଜର ପ୍ରାର୍ଥୀ ଦେଇଛି। ରୋହିତକରୁ ବିଜେନ୍ଦ୍ର ହୁଡାଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଗୁରୁପାଲ ସିଂ ନାରାୟଣଗଡରୁ ପ୍ରାର୍ଥୀ ହୋଇଛନ୍ତି। ଦଳ ଅନୁରାଗ ଢଣ୍ଡାଙ୍କୁ କାଲାୟତରୁ ପ୍ରାର୍ଥୀ କରିଛି। ଜୟପାଲ ଶର୍ମାଙ୍କୁ ଘରୌଣ୍ଡା ଏବଂ ଆସନ୍ଦରୁ ଅମନଦୀପ ଜୁଣ୍ଡଲାଙ୍କୁ ଟିକଟ ଦିଆଯାଇଛି। ସମଲଖାରୁ ବିଟୁ ପେହଲୱାନ, ଉଚାନା କାଲାନରୁ ପୱନ ଫୌଜି ଏବଂ ଡାବୱାଲିର କୁଲଦୀପ ଗଦରାନାଙ୍କୁ ଟିକଟ ଦିଆଯାଇଛି।

ରାନିଆର ହ୍ୟାପି ରାଣିଆ, ଭବାନୀରୁ ଇନ୍ଦୁ ଶର୍ମା, ମହମରୁ ବିକାଶ ନେହେରା, ବାହାଦୂରଗଡର କୁଲଦୀପ ଚିକାରା, ବାଦଲିର ରଣବୀର ଗୁଲିଆ ଏବଂ ବେରୀରୁ ସୋନୁ ଅହଲାୱତ ଶେରିଆ ପ୍ରାର୍ଥୀ ହୋଇଛନ୍ତି। ଏହା ବ୍ୟତୀତ ମହେନ୍ଦ୍ରଗଡରୁ ମନୀଷ ଯାଦବ, ନାରନୌଲରୁ ରବିନ୍ଦ୍ର ମଟରୁ, ବାଦଶାହପୁରରୁ ବୀର ସିଂ ସରପଞ୍ଚ, ସୋହାନାରୁ ଧର୍ମେନ୍ଦ୍ର ଖଟାନା ଏବଂ ବାଲଭଗଡ଼ରୁ ରବିନ୍ଦର ଫୈଜଦାରଙ୍କୁ ଟିକଟ ଦିଆଯାଇଛି।

Leave a Reply

Your email address will not be published. Required fields are marked *