ଭୁବନେଶ୍ୱରରୁ ଅଯୋଧ୍ୟା ଗଡ଼ିଲା ଆସ୍ଥା ସ୍ପେଶାଲ ଟ୍ରେନ , ରାମଲଲାଙ୍କର ଦର୍ଶନ କରିବେ ଭକ୍ତ…
1 min readଏବେ ଓଡିଶାରେ ଭକ୍ତ ସହଜ ଆଉ ସୁବିଧାରେ କରିପାରିବେ ରାମ ଲଲାଙ୍କର ଦର୍ଶନ । କାରଣ ଭୁବନେଶ୍ୱରରୁ ଗଡିଲା ସ୍ୱତନ୍ତ୍ର ଟ୍ରେନ । ରାମଲାଲାଙ୍କ ଦର୍ଶନ ପାଇଁ ରେଳବାଇ ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱର ଦର୍ଶନ ନଗର ଆସ୍ଥା ସ୍ପେଶିଆଲ ଟ୍ରେନ ସେବା ଆରମ୍ଭ ହୋଇଛି । ତେବେ ମଙ୍ଗଳବାର ଦିନ ଆସ୍ଥା ସ୍ପେଶାଲ ଟ୍ରେନ୍ ରେ ଅଯୋଧ୍ୟା ଯାତ୍ରା କରିଛନ୍ତି ୧୪ ଶହ ଭକ୍ତ । ଏହି ଟ୍ରେନ ଭବନେଶ୍ୱର ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ କରିଛି । ତେବେ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।
ଏହି ଆସ୍ଥା ସ୍ଲଟ୍ଟ୍ର ଟ୍ରେନରେ ୨୦୦ଟି ସ୍ଲିପର ବ୍ୟାବସ୍ଥା କରିଛି । ପ୍ରତି କୋଚରେ ୭୨ଟି ସିଟ୍ ରହିଛି । ଏହି ଟ୍ରେନରେ ୧୪ଶହରୁ ଅଧିକ ଯାତ୍ରୀ ଯାତ୍ରା କରିବାର ବ୍ୟବସ୍ଥା ରହିଛି । ଆଜି ଆସ୍ଥା ସ୍ପେଶାଲ ଟ୍ରେନରେ ଭୁବନେଶ୍ୱର ଓ ପୁରୀ ସଂସଦୀୟ କ୍ଷେତ୍ରର ଯାତ୍ରୀମାନେ ଯିବାର କାର୍ଯ୍ୟକ୍ରମ ରହିଛି । ସେହିପରି ୯ ତାରିଖରେ କଟକ ସଂସଦୀୟ କ୍ଷେତ୍ରରୁ ରାମଭକ୍ତ ଅଯୋଧ୍ୟା ଯିବେ । ଜାନୁଆରୀ ୨୨ ତାରିଖରେ ପ୍ରଭୁ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା ହୋଇଥିଲା । ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ପ୍ରଭୁ ରାମଚନ୍ଦ୍ରଙ୍କ ଆଶିଷ ପାଇବା ପାଇଁ ଆକୁଳ ହେଉଛନ୍ତି ଭକ୍ତ । ଦେଶର କୋଣ ଅନୁକୋଣରୁ ଅଯୋଧ୍ୟାକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେଉଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରୁ ଆସ୍ଥା ସ୍ପେଶିଆଲ ଟ୍ରେନ ସେବା ଆରମ୍ଭ ହୋଇଛି ।