Pratidin TV

Odisha's Digital News Platform

ଆଠଗଡ ବନଖଣ୍ଡରେ ଅସୁରକ୍ଷିତ ହାତୀ ପଲ ; ପାଣି ଅଭାବରୁ ଚାଲିଗଲା ମାଇ ହାତୀର ଜୀବନ

1 min read

ନରସିଂହପୁର : ପାଣି ଅଭାବରୁ ନରସିଂହପୁରରେ ପୁଣି ଏକ ଛୋଟ ମାଇ ହାତୀର ମୃତ୍ୟୁ ହୋଇଛି । ଦିନକୁ ଦିନ ଆଠଗଡ ବନଖଣ୍ଡରେ ହାତୀ ମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । କିନ୍ତୁ ବନ ବିଭାଗ ସାଜିଛି ନୀରବଦ୍ରଷ୍ଟା। ନରସିଂହପୁର ପୂର୍ବ ବନାଞ୍ଚଳ ଅଧିନ ନୂଆଗଡ଼ ସେକ୍ସନ ବ୍ରାମଣି ବିଟ କମ୍ପାଟମେଣ୍ଟ ୩ ର ଏକ ପୋଖରୀ କୁ ପାଣି ପିଇବା ପାଇଁ ଆସୁଥିବା ସମୟରେ ହାତୀ ଟିର ମୃତ୍ୟୁ ହୋଇଥିବା ଜଣାପଡିଛି। ଗୋଟିଏ ମାଈ ହାତୀର ଗଳିତ ଶବ ଉଦ୍ଧାର ହୋଇଛି।

ହାତୀଟି ପାଣି ଅଭାବରୁ ପ୍ରାୟ ୨୦ ରୁ ୨୫ ଦିନ ପୂର୍ବରୁ ମରିଥିବା ସୂଚନା ମିଳିଛି । ବନ ବିଭାଗ ପକ୍ଷରୁ ଶୁକ୍ରବାର ହାତୀର ଗଳିତ ଶବ କୁ ଠାବ କରାଯାଇଥିଲା। ତରବରିଆ ଭାବେ ହାତୀ କୁ ପୋତି ଦିଆ ଯାଇଥିବା ଜଣାପଡିଛି। ହାତୀଟିର ବୟସ ଦୁଇରୁ ତିନି ବର୍ଷ ହେବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ। ହାତୀ ବହୁ ଦିନ ପୂର୍ବରୁ ପାଣି ଅଭାବରୁ ମରିଥିବାରୁ ହାତୀ ଶରୀରର ବିଭିନ୍ନ ଅଂଶ ନଷ୍ଟ ହୋଇ ଯାଇଥିବା ଚିତ୍ର ରୁ ସ୍ପଷ୍ଟ ହୋଇଛି।

Advertisement

ସୂଚନା ଥାଉ କି ନରସିଂହପୁର ବଡମ୍ବା ବନ ବିଭାଗ ଏବଂ ସାତକୋଶିଆ ଜିଲିଣ୍ଡା ଜଙ୍ଗଲ ରୁ ୨୦ ରୁ ୨୫ ଟି ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ଝଞୠ ଟିମ ଦ୍ଵାରା ହାତୀର ଗଳିତ ମୃତ ଦେହ ଉଦ୍ଧାର ହୋଇଥଲା ।

Leave a Reply

Your email address will not be published. Required fields are marked *