ବଲିଉଡ୍ରେ ବାଜିବ କ୍ରିକେଟର୍ ସାହାନାୟି , ସାମ୍ନାକୁ ଆସିଲା ଆଥିଆ –ରାହୁଲଙ୍କ ବିବାହ ତାରିଖ ..
1 min readମୁମ୍ବାଇ : ବିବାହ ବନ୍ଧନରେ ବାନ୍ଧିହେବେ କ୍ରିକେଟର କେ.ଏଲ ରାହୁଲ ଓ ଆଥିଆ ଶେଟ୍ଟୀ । ସାମ୍ନାକୁ ଆସିଲା ବିବାହ ତାରିଖ। ବିଶାଳ ରିସପସେନରେ ଯୋଗ ଦେବେ ନାମୀଦାମୀ ବ୍ୟକ୍ତି । ଆଜିକାଲି ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିଆ ଶେଟ୍ଟୀ ଏବଂ କ୍ରିକେଟର କେ.ଏଲ ରାହୁଲଙ୍କ ବିବାହକୁ ନେଇ ପ୍ରଶଂସକ ବେଶ୍ ଉତ୍ସାହିତ ଅଛନ୍ତି । ଉଭୟଙ୍କ ବିବାହକୁ ଅନେକ କଳ୍ପନାଜଳ୍ପନା ମଧ୍ୟ କରାଯାଉଛି ।
ଇତିମଧ୍ୟରେ ପୁଣି ଉଭୟଙ୍କ ବିବାହକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ମିଡିଆ ରିପୋର୍ଟ ଅନୁଯାୟୀ ରାହୁଲ ଏବଂ ଆଥିଆ ଜାନୁୟାରୀ ୨୦ ପରେ ବିବାହ କରିବେ । ତେବେ ଦୁହେଁ ବିବାହ ପରେ ରାହୁଲ-ଆଥିଆ ଘର ବାନ୍ଦ୍ରାସ୍ଥିତ ରଣବୀର-ଆଲିଆଙ୍କ ଘରଠାରୁ ଅଳ୍ପ ଦୂରରେ ରହିବେ ବୋଲି କୁହାଯାଉଛି । ରିପୋର୍ଟ ଅନୁଯାୟୀ, ରାହୁଲ-ଆଥିଆଙ୍କ ବିବାହ ଏକ ବ୍ୟକ୍ତିଗତ ସମ୍ପର୍କ ହେବ । କ୍ରିକେଟ୍ ଦୁନିଆ, ବ୍ୟବସାୟିକ ବନ୍ଧୁ, ବଲିଉଡର କିଛି ବନ୍ଧୁ ବିବାହରେ ଯୋଗଦେବେ ବୋଲି ଆଶା କରାଯାଉଛି । ରିପୋର୍ଟ ଅନୁଯାୟୀ, ଏହି ବିବାହରେ କେବଳ ଘନିଷ୍ଠ ବ୍ୟକ୍ତି ଯୋଗଦେବେ, ସୁନୀଲ ଶେଟ୍ଟୀ ଏବଂ କେ.ଏଲ୍ ରାହୁଲଙ୍କ ପରିବାର ଏପ୍ରିଲରେ ମନୋରଞ୍ଜନ, କ୍ରୀଡା, ବ୍ୟବସାୟ ତଥା ରାଜନୈତିକ କ୍ଷେତ୍ରର ଲୋକମାନଙ୍କ ପାଇଁ ଏକ ବିଶାଳ ରିସେପସନ୍ ଯୋଜନା କରିଛନ୍ତି । ରାହୁଲ ଏବଂ ଆଥିଆ ଶେଟ୍ଟୀ ସୋସିଆଲ ମିଡିଆରେ ପରସ୍ପର ସହିତ ମଜାଳିଆ ଫଟୋ ସେୟାର କରନ୍ତି । ତେବେ ପ୍ରଶଂସକମାନେ ଉଭୟଙ୍କ ଫଟୋକୁ ବହୁତ ପସନ୍ଦ କରନ୍ତି । ନିକଟରେ ଉଭୟ ନୂଆ ବର୍ଷ ପାଳନ କରିବାକୁ ଦୁବାଇରେ ପହଂଚିଥିଲେ । ଏହାର ଫଟୋ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା ।
ତେବେ ବଲିଉଡ୍ରେ ଏହି ବର୍ଷ ବ୍ୟାକ୍ ଟୁ ବ୍ୟାକ୍ ବାଜିବ ସାହାନାୟି । କାରଣ ଆଥିୟା-ରାହୁଲଙ୍କ ପରେ , ଫ୍ରେବୃୟାରି ୬ରେ ବିବାହ କରିବେ ସିଦ୍ଧାର୍ଥ ମଲହୋଦ୍ରା – କିଆରା ଆଦବାନୀ । ଏହାପରେ ପଛକୁ ପଛକୁ ଲାଗିଛି ଲମ୍ବା ଲାଇନ । ସେହିପରି ଅର୍ଜୁନକପୁର-ମଲ୍ଲାଇକା , କରଣକୁନ୍ଦ୍ରା-ତେଜସ୍ୱୀ ପ୍ରକାଶ ଏବଂ ରକୁଲପ୍ରୀତ୍-ଜ୍ୟାକି ମଧ୍ୟ ଚଳିତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।