Pratidin TV

Odisha's Digital News Platform

ଗର୍ଭବତୀ ନାହାନ୍ତି ଅନୁଷ୍କା ଶର୍ମା, ଡିବିଲିୟର୍ସ କହିଲେ ମୋ ଦ୍ୱାରା ଭୁଲ୍ ହୋଇଗଲା …

1 min read

କ୍ରିକେଟ ଷ୍ଟାର ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କୁ ନେଇ ଚାଲିଥିବା ଚର୍ଚ୍ଚାର ଏବେ ପଡିଛି ପୂର୍ଣ୍ଣଚ୍ଛେଦ । ଗର୍ଭବତୀ ନାହାନ୍ତି ଅନୁଷ୍କା । ତେବେ ଅନୁଷ୍କା ଗର୍ଭବତୀ ଥିବାର ଖବର ଦକ୍ଷିଣ ଆଫ୍ରିକାର କ୍ରିକେଟର ଏବି ଡିବିଲିୟର୍ସ ତାଙ୍କ ୟୁଟ୍ୟୁବ ମାଧ୍ୟମରେ ସୂଚନା ଦେଇଥିଲେ । ହେଲେ ସେ ବର୍ତ୍ତମାନ ଏହି ଖବରକୁ ନେଇ କ୍ଷମା ମାଗିଛନ୍ତି ଡିବିଲିୟର୍ସ। ଡିବିଲିୟର୍ସ କହିଛନ୍ତି ମୋ ଦ୍ୱାରା ବହୁତ ବଡ ଭୁଲ୍ ହୋଇଗଲା , ପ୍ରଶଂସକ ମାନେ ମୋତେ କ୍ଷମା କରିଦେବ ।

ଏବି ଡିବିଲିୟର୍ସ ତାଙ୍କ ୟୁଟ୍ୟୁବ ମାଧ୍ୟମରେ କହିଥିଲେ ଯେ ବିରାଟ ଦ୍ୱୀତିୟ ଥର ବାପା ହେବାକୁ ଯାଉଛନ୍ତି । ସେଥିପାଇଁ ବିରାଟ କ୍ରିକେଟ ଠାରୁ ଦୁରରେ ଅଛନ୍ତି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ଗୁଣାତ୍ମକ ସମୟ ବିତାଉଛନ୍ତି । ହେଲେ ଏବେ ତାଙ୍କର ବୟାନକୁ ପ୍ରତ୍ୟାହାର କରିଛନ୍ତି । କାରଣ ସେ ବିରାଟ ଅନୁଷ୍କାଙ୍କ ମାମଲାରେ ପ୍ରଶଂସକଙ୍କୁ ଭୁଲ୍ ତଥ୍ୟ ଦେଇଥିଲେ । ସୂଚନାଯୋଗ୍ୟ ଇଂଲଣ୍ଡ ବିପକ୍ଷରେ ଚାଲିଥିବା ୫ଟିକିଆ ସିରିଜର ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚରେ ବିରାଟ ବିସିସିଆଇରୁ ବିଶ୍ରାମ ନେଇଥିଲେ । କୋହଲି ସିରିଜର ଅବଶିଷ୍ଟ ତିନିଟି ଟେଷ୍ଟ ମ୍ୟାଚ୍ ଖେଳିବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Advertisement

ଯେତେବେଳେ ବିରାଟ କୋହଲି ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଥିଲେ, ସେତେବେଳେ କୁହାଯାଉଥିଲା ଯେ ତାଙ୍କ ମା ଅସୁସ୍ଥ ଥିଲେ କିନ୍ତୁ କିଛି ଦିନ ପରେ ବିରାଟଙ୍କ ବଡ ଭାଇ ସୋସିଆଲ ମିଡିଆରେ ଏହି ଖବରକୁ ଅସ୍ୱୀକାର କରିଥିଲେ । ବିକାଶ କହିଥିଲେ ଯେ ତାଙ୍କ ମା ଭଲ ଅଛନ୍ତି ଏବଂ ମିଥ୍ୟା ଖବର ପ୍ରଚାର ନକରିବାକୁ ସମସ୍ତଙ୍କୁ ନିବେଦନ କରିଥିଲେ । ଏହାପରେ ବିରାଟ ଦ୍ୱିତୀୟ ଥର ପାଇଁ ପିତା ହେବାକୁ ଯାଉଛନ୍ତ ବୋଲି ଚର୍ଚ୍ଚା ହୋଇଥିଲା । ସେଥିପାଇଁ ସେ କ୍ରିକେଟରୁ ବ୍ରେକ ନେଇଛନ୍ତି । ଏହାପରେ ସାମ୍ନାକୁ ଆସିଥିଲା ଡିବିଲିୟର୍ସଙ୍କ ବୟାନ ଯାହାପରେ ଲୋକମାନେ ଅନୁଷ୍କାଙ୍କ ଗର୍ଭଧାରଣକୁ ନେଇ କନଫର୍ମ ହୋଇଯାଇଥିଲେ ।

Leave a Reply

Your email address will not be published. Required fields are marked *