Pratidin TV

Odisha's Digital News Platform

ତିରୁପତି ବିବାଦ ପରେ , ଶ୍ରୀମନ୍ଦିର ରେ ଯାଞ୍ଚ ହେବ ଅବଢ଼ାର ମାନ..

1 min read

ତିରୁପତି ଲଡୁ ବିବାଦ ପରେ ଏବେ ଆକ୍ସନ ମୋଡ଼ ରେ ପୁରୀ ଶ୍ରୀମନ୍ଦିର ପ୍ରଶାସନ । ଏଣିକି ଯାଞ୍ଚ ହେବ ଶ୍ରୀମନ୍ଦିର ଅବଢ଼ାର ମାନ । ରୋଷ ଘରକୁ ଯାଉଥିବା ସାମଗ୍ରୀ ଓ ବାହାରୁଥିବା ଅବଢ଼ାର ମାନ ଯାଞ୍ଚ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଶ୍ରୀମନ୍ଦିରରେ ଫୁଡ୍‌ ଇନ୍ସପେକ୍ଟର ନିଯୁକ୍ତି ପାଇଁ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା ସରିଛି । କେବଳ ଅବଢ଼ା ନୁହେଁ, ଘିଅର ମାନ ମଧ୍ୟ ଯାଞ୍ଚ କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ମାନ ଯାଞ୍ଚ କରିବା ପାଇଁ ଫୁଡ୍‌ ଇନ୍ସପେକ୍ଟର ନିଯୁକ୍ତ ହେବେ ବୋଲି କହିଛନ୍ତି ମନ୍ତ୍ରୀ । ଏ ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଥିଲେ ଶ୍ରୀମନ୍ଦିର ମହାପ୍ରସାଦ କୋଠଭୋଗ ହେଉ କିମ୍ବା ବରାଦ ଭୋଗରେ ଓମଫେଡ ଘିଅ ବ୍ୟବହୃତ ହେଉଛି । ସେଭଳି କିଛି ଅଭିଯୋଗ ନାହିଁ । ତେବେ ଘିଅର ମାନକୁ ନେଇ ଓମ୍‌ଫେଡ୍‌ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇ କିଭଳି ସ୍ଵତନ୍ତ୍ର ଭାବେ ଶ୍ରୀମନ୍ଦିରକୁ ଆସିପାରିବ ସେନେଇ ଆଲୋଚନା କରାଯିବ । ଦୀପ ଘିଅ ସହ ମହାପ୍ରସାଦରେ ବ୍ୟବହୃତ ଘିଅର ଯୋଗାଣ ସମ୍ପର୍କରେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି । ଘିଅର ମାନ ସମ୍ପର୍କରେ ଯାଞ୍ଚ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ ।

ସୂଚନାଥାଉକି, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ ଆଣିଥିଲେ ଯେ, ପୂର୍ବରୁ ରାଜ୍ୟରେ ଥିବା ଓ୍ବାଇଏସଆରସିପି ସରକାର ସମୟରେ ତିରୁପତି ଲଡୁ ପ୍ରସ୍ତୁତ କରିବା ପାଇଁ ବ୍ୟବହାର ହେଉଥିବା ଘିଅରେ ପଶୁ ଚର୍ବି ମିଶାଯାଉଥିଲା। ଯାହାକୁ ନେଇ ସାରାଦେଶରେ ଘନଉଛି ବିବାଦ । ଯାହାପରେ ଶ୍ରୀମନ୍ଦିରରେ ବ୍ୟବହୃତ ଘିଅର ମାନକୁ ନେଇ ପ୍ରଶ୍ନ ଉଠିଛି। । ମହାପ୍ରସାଦ ଶୁଦ୍ଧ ଘିଅରେ ପ୍ରସ୍ତୁତ ହେଉଛି କି ନାହିଁ ସେନେଇ ମାନ ପରୀକ୍ଷା କରିବାକୁ ଆଇନଜୀବୀ ଦିଲୀପ ବରାଳ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ସେହିପରି ଶ୍ରୀମନ୍ଦିରରେ ବ୍ୟବହୃତ ଦୀପରେ ନକଲି ଘିଅ ଓ ମହାପ୍ରସାଦରେ ନକଲି ଘିଅର ଯାଞ୍ଚ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ ଆଇନଜୀବୀ ଦିଲୀପ ବରାଳ ।

Advertisement

Leave a Reply

Your email address will not be published. Required fields are marked *