Pratidin TV

Odisha's Digital News Platform

(ଭିଡିଓ)କାର ନୁହେଁ ଜେସିବି ଗାଡିରେ ବାହାହେବାକୁ ଗଲେ ଅଭିଜିତ…

ମୟୁରଭଞ୍ଜ: ବାଜୁଛି ଡିଜେ,ଚାଲିଛି ବରଯାତ୍ରୀ, ଆଉ ବାଜା ବାଣ ରୋଶଣୀୀ ଧରି କନ୍ୟା ଘରକୁ ଯାଉଛି ବର । ହେଲେ ବର କାରରେ ନୁହେଁ ବରଂ ଜେସିବିରେ ବସିଛି । ଆଉ ବର ସହିତ ବର ଭାଇ ମଧ୍ୟ ଜେସିବିରେ ବସିଛି । ଫୁଲରେ ଓ ଲାଇଟରେ ସଜା ହୋଇଛି ଜେସିବି ଗାଡି । ଜେସିବିରେ ବସି ବାହା ହେବାକୁ ଯାଉଛନ୍ତି ବର । ଏଭଳି ଏକ ନିଆରା ବରଯାତ୍ରୀର ଚିତ୍ର ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ନୁଆସାହି ବଜାରରେ । ନୂଆସାହି ଗ୍ରାମର ଜ୍ଞାନ ବିଶ୍ୱାଳଙ୍କ ପୁଅ ଅଭିଜିତ ବିଶ୍ୱାଳ ଖଇରା ଅଞ୍ଚଳରେ ବିବାହ କରିବାକୁ ବାହାରିଥିଲେ । ହେଲେ ନିଜର ବାହାଘରକୁ ନିଆରା ଓ ସ୍ୱତନ୍ତ୍ର କରିବା ନିମନ୍ତେ ଜେସିବିରେ ବାହା ହେବାକୁ ଇଚ୍ଛା କରିଥିଲେ ଅଭିଜିତ । ଆଉ ଶେଷରେ ଜେସିବିରେ ବସି ବାହା ହେବାକୁ ଗଲେ ଅଭିଜିତ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିବା ସହିତ ବେଶ ହସ ଖୁସିରେ ବରଯାତ୍ରୀ ଯାଇଛି ।

Leave a Reply

Your email address will not be published. Required fields are marked *