Pratidin TV

Odisha's Digital News Platform

ଛାଡ଼ପତ୍ର ଚର୍ଚ୍ଚା ଭିତରେ ଏକାଠି ଫିଲ୍ମ କରିବେ ଅଭିଷେକ-ଐଶ୍ୱର୍ଯ୍ୟା..

1 min read

ଐଶ୍ୱର୍ଯ୍ୟା ରାଏ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ଛାଡ଼ପତ୍ର ଚର୍ଚ୍ଚା ଏବେ ବି ଥମିନି । ଏହି ଘଟଣାକୁ ନେଇ ତାଙ୍କ ପରିବାର ଦୀର୍ଘ ସମୟ ଧରି ଚର୍ଚ୍ଚାରେ ରହିଆସିଛନ୍ତି । ପ୍ରାୟ ସମୟରେ ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି । କାରଣ ଏବେ ଯାଏଁ ବି ସେମାନଙ୍କ ମଧ୍ୟରେ ଛାଡ଼ପତ୍ର କଥା ସମାଧାନ ହୋଇନି । ଅନେକ ସମୟରେ ଏମିତି କିଛି ଘଟଣା ଘଟୁଛି, ଯାହା ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଉଛି ।ତେବେ ଏହି ଚର୍ଚ୍ଚା ମଧ୍ୟରେ ଅଭିଷେକ ଓ ଐଶ୍ୱର୍ଯ୍ୟା ଦୁହେଁ ଗୋଟେ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି। ବରିଷ୍ଠ ନିର୍ଦ୍ଦେଶକ ମଣିରତ୍ନମ ଦୁହିଁଙ୍କୁ ନେଇ ଏକ ହିନ୍ଦୀ ଫିଲ୍ମ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି। ଏହା ମଣିରତ୍ନମଙ୍କ ଅଭିଷେକ ଓ ଐଶ୍ୱର୍ଯ୍ୟା କୁ ନେଇ ତୃତୀୟ ଫିଲ୍ମ ହେବ।

ପୂର୍ବରୁ ଦୁହିଁଙ୍କୁ ନେଇ ମଣିରତ୍ନମ ୨୦୦୭ରେ ‘ଗୁରୁ’ ପରେ ୨୦୧୦ରେ ରାବଣ ଫିଲ୍ମ ନିର୍ମାଣ କରିଥିଲେ। ଯଦି ଏହି ରିପୋର୍ଟ ସତ ହୁଏ ମଣିରତ୍ନମଙ୍କ ସହିତ ଅଭିଷେକଙ୍କ ଏହା ଚତୁର୍ଥ ଫିଲ୍ମ ହେବ। ୨୦୦୪ରେ ଅଭିଷେକଙ୍କୁ ନେଇ ସେ ”ଯୁବା” ଫିଲ୍ମ କରିଥିଲେ।

Advertisement

ଅଭିଷେକ ବଚ୍ଚନ ମଣି ରତ୍ନମଙ୍କ ସହ ତାଙ୍କର ସମ୍ପର୍କ ବିଷୟରେ କହିଥିଲେ ଯେ, ଯେତେବେଳେ ସେ ପ୍ରଥମ ଥର ପାଇଁ ମୋତେ ‘ଯୁବା’ ପାଇଁ ସାଇନ୍ କରିବାକୁ ଆସିଥିଲେ, ସେତେବେଳେ ମୁଁ ଭାବିଲି ସେ ବାପା (ଅମିତାଭ ବଚ୍ଚନ) କୁ ସାଇନ୍ କରିବାକୁ ଆସିଛନ୍ତି। କିନ୍ତୁ ସେ ମୋତେ ସାଇନ୍ କରିବାକୁ ଚାହୁଁଥିଲେ ଜାଣିବା ପରେ ମୁଁ ଅତ୍ୟଧିକ ଆନନ୍ଦିତ ହୋଇଥିଲି। ଯେକୌଣସି ଅଭିନେତା ମଣି ରତ୍ନମଙ୍କ ସହ କାମ କରିବାକୁ ଚାହିଁବେ। ତେଣୁ ମୁଁ ଗର୍ବିତ ଯେ ସେ ମୋତେ ତାଙ୍କ ସିନେମାର ତିନିଥର ଯୋଗ୍ୟ ବୋଲି ଭାବିଛନ୍ତି। ତେବେ ଦୁହିଁଙ୍କ ସମ୍ପର୍କ କୁ ନେଇ ଚର୍ଚ୍ଚା ଚାଲୁଥିବାବେଳେ ଦୁହେଁ ଗୋଟିଏ ଫିଲ୍ମ ରେ ନଜର ଆସିବା ଦୁହିଁଙ୍କ ନେଇ ହେଉଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇବ ।

Leave a Reply

Your email address will not be published. Required fields are marked *