Pratidin TV

Odisha's Digital News Platform

ନିମ୍ରତ କୌରଙ୍କ ସହ ପ୍ରେମ ସମ୍ପର୍କ ଚର୍ଚ୍ଚା ମଧ୍ୟରେ ମୁହଁ ଖୋଲିଲେ ଅଭିଷେକ ବଚ୍ଚନ

1 min read

ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛନ୍ତି। ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ସବୁ ଠିକ ନୁହେଁ। ସେମାନଙ୍କ ସମ୍ପର୍କରେ ମତଭେଦ ଦେଖାଦେଇଛି ଏବଂ ସେମାନେ ଶୀଘ୍ର ଅଲଗା ହେବାକୁ ଯାଉଛନ୍ତି | ଏହି ସବୁ ଗୁଜବ ମଧ୍ୟରେ ବର୍ତ୍ତମାନ ଜୁନିଅର ବଚ୍ଚନଙ୍କ ନାମ ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତ୍ରୀଙ୍କ ସହ ଜଡିତ ହୋଇଛି, ଯେଉଁ କାରଣରୁ ତାଙ୍କର ଅସୁବିଧା ବଢିଛି ।

ଏହି ଅଭିନେତ୍ରୀ ହେଉଛନ୍ତି ନିମ୍ରତ କୌର ଯିଏକି ‘ଲଞ୍ଚ ବକ୍ସ’ ଭଳି ମହାନ ଚଳଚ୍ଚିତ୍ରରେ ନଜର ଆସିଛନ୍ତି | ଅଭିଷେକ ବଚ୍ଚନଙ୍କ ସହ ସମ୍ପର୍କ ଥିବା ଖବର ହେତୁ ନିମ୍ରାଟଙ୍କ ଅସୁବିଧା ବଢିଛି । ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ମତଭେଦ ହେବାର କାରଣ ନିମ୍ରତ ବୋଲି ଆଲୋଚନା ଚାଲିଛି। ଏହି କାରଣରୁ ଅଭିଷେକ ଏବଂ ଐଶ୍ୱର୍ଯ୍ୟା ଗୋଟିଏ ଘରେ ଏକାଠି ରହୁ ନାହାନ୍ତି ଏବଂ ଏକାଠି କୌଣସି ଇଭେଣ୍ଟରେ ଯୋଗ ଦେଉନାହାନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କୁ ବହୁତ ଖରାପ ଟ୍ରୋଲ କରାଯାଉଛି। ପାପାରାଜି ଭାଇରାଲ ଭାୟାନି ନିକଟରେ ନିମ୍ରତ କୌରଙ୍କ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ଟ୍ରୋଲମାନେ ମନ୍ତବ୍ୟ ଦେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Advertisement

ତେବେ ସ୍ତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ସହ ଛାଡପତ୍ର ଚର୍ଚ୍ଚା ମଧ୍ୟରେ ତାଙ୍କ ନାଁ ଅଭିନେତ୍ରୀ ନିମ୍ରତ କୌରଙ୍କ ଯୋଡ଼ାଯାଉଛି। ଏସବୁ ଭିତରେ ନିକଟରେ ଅଭିଷେକଙ୍କୁ ବିମାନବନ୍ଦରରୁ ବାହାରକୁ ଆସୁଥିବାର ଦେଖାଯାଇଥିଲା। ଗଣମାଧ୍ୟମ ତାଙ୍କୁ କ୍ୟାମେରାରେ କଏଦ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ବହୁତ ଅପ୍‌ସେଟ୍‌ ଜଣାପଡୁଥିଲେ। ସେ ବାସ୍‌ ସେତିକି ଥାଉ ବୋଲି ହାତ ଯୋଡ଼ି କହିଥିଲେ।

Leave a Reply

Your email address will not be published. Required fields are marked *