ଛାଡ଼ପତ୍ର ଚର୍ଚ୍ଚା ଭିତରେ ଅଭିଷେକ କଲେ ଐଶ୍ବର୍ଯ୍ୟାଙ୍କୁ ପ୍ରଶଂସା , କହିଲେ ତାଙ୍କ ଭଳି ସ୍ତ୍ରୀ ପାଇ ମୁଁ ଭାଗ୍ୟବାନ..
1 min readଚର୍ଚ୍ଚାରେ ବଚ୍ଚନ ପରିବାର। କୌଣସି ଫିଲ୍ମ ବା ବଡ଼ କାର୍ଯ୍ୟକ୍ରମ ପାଇଁ ନୁହେଁ, ବରଂ ବଲିଉଡ୍ ର ସବୁଠୁ ଲୋକପ୍ରିୟ ଦମ୍ପତ୍ତି ଅଭିଷେକ ବଚ୍ଚନ ଓ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ଛାଡ଼ପତ୍ର ଖବରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଗତ କିଛି ମାସ ହେବ ଦୁହିଁଙ୍କ ବିବାହ ବିଚ୍ଛେଦ ହେବ ବୋଲି କେହିକେହି ଇଙ୍ଗିତ କରୁଛନ୍ତି।କିନ୍ତୁ ଦୁହେଁ ମୁହଁ ଖୋଲୁନାହାନ୍ତି। ଐଶ୍ବର୍ଯ୍ୟା ନିଜ ଝିଅ ଆରାଧ୍ୟାଙ୍କୁ ଧରି ବିଭିନ୍ନ ଉତ୍ସବକୁ ଯାଉଥିବା ବେଳେ ଅଭିଷେକ ବଚ୍ଚନ ପରିବାର ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ଏଭଳି ସମୟରେ ଏବେ ଅଭିଷେକ କରିଛନ୍ତି ନିଜ ପତ୍ନୀ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କୁ ପ୍ରଶଂସା ।
ଅଭିଷେକ ବଚ୍ଚନ ନିଜ ଫିଲ୍ମ ଆଇ ‘ୱାଣ୍ଟ ଟୁ ଟକ’ର ପ୍ରଚାର କରିବା ସମୟରେ ସେ ପତ୍ନୀଙ୍କ ପ୍ରଶଂସା କରି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମାତାପିତା ନିଜ ପିଲାମାନଙ୍କ ପାଇଁ କରୁଥିବା ତ୍ୟାଗ ବିଷୟରେ କହିବାକୁ ଯାଇ ଅଭିଷେକ କହିଥିଲେ, “ମୋ ଘରେ, ମୁଁ ସୌଭାଗ୍ୟବାନ୍ ଯେ, ମୋତେ ଐଶ୍ବର୍ଯ୍ୟାଙ୍କ ଭଳି ପତ୍ନୀ ମିଳିଛନ୍ତି। ମୁଁ ଅଚିନ୍ତାରେ ବାହାରକୁ ଯାଇ ଚଳଚ୍ଚିତ୍ରରେ କରେ। କାରଣ ମୁଁ ଜାଣିଥାଏ ଯେ, ଐଶ୍ୱର୍ଯ୍ୟା, ଆରାଧ୍ୟାଙ୍କ ସହ ଘରେ ଅଛନ୍ତି। ଏଥିପାଇଁ ମୁଁ ତାଙ୍କୁ ଅଶେଷ ଧନ୍ୟବାଦ ଦେଉଛି। ” ତାଙ୍କର ଏହି ବୟାନ ଏବେ ଚର୍ଚ୍ଚାରେ ରହିଛି।
ଅଭିଷେକ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଛାଡପତ୍ର ବିଷୟରେ ଗୁଜବ ସୋସିଆଲ ମିଡିଆରେ ଗତ କିଛି ମାସ ଧରି ଚର୍ଚ୍ଚାର ବିଷୟ ପାଲଟିଛି। ଜୁଲାଇରେ ଅନନ୍ତ ଅମ୍ବାନୀ ଓ ରାଧିକାଙ୍କ ବିବାହରେ ଏହି ଦମ୍ପତ୍ତି ପୃଥକ ଭାବରେ ପହଞ୍ଚିବା ପରେ ଏହି ଗୁଜବ ଆରମ୍ଭ ହୋଇଥିଲା। ଐଶ୍ୱର୍ଯ୍ୟା ମଧ୍ୟ ନିଜ ପାରିବାରିକ କାର୍ଯ୍ୟକ୍ରମରେ ଏକାକୀ ଝିଅ ଆରାଧ୍ୟାଙ୍କୁ ନେଇ ପହଞ୍ଚିବା, ଏସବୁ ଛାଡପତ୍ର ଗୁଜବକୁ ଆହୁରି ବଳ ଯୋଗାଇଥିଲା।