Pratidin TV

Odisha's Digital News Platform

ହୋଇଯିବକି ଛାଡ଼ପତ୍ର !ଐଶ୍ବର୍ଯ୍ୟାଙ୍କ ଫ୍ୟାମିଲି ପାର୍ଟିକୁ ଆସିଲେନି ଅଭିଷେକ..

1 min read

ଏବେ ଚର୍ଚ୍ଚାର ଶିରୋନାମା ପାଲଟିଛି ବଚ୍ଚନ ପରିବାର। କୌଣସି ଫିଲ୍ମ ବା ବଡ଼ କାର୍ଯ୍ୟକ୍ରମ ପାଇଁ ନୁହେଁ, ବରଂ ଅଭିଷେକ ବଚ୍ଚନ ଓ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ଛାଡ଼ପତ୍ର ଖବରକୁ ନେଇ । ଗତ କିଛି ମାସ ହେବ ଦୁହିଁଙ୍କ ବିବାହ ବିଚ୍ଛେଦ ହେବ ବୋଲି କେହିକେହି ଇଙ୍ଗିତ କରୁଛନ୍ତି।କିନ୍ତୁ ଦୁହେଁ ମୁହଁ ଖୋଲୁନାହାନ୍ତି। ଐଶ୍ବର୍ଯ୍ୟା ନିଜ ଝିଅ ଆରାଧ୍ୟାଙ୍କୁ ଧରି ବିଭିନ୍ନ ଉତ୍ସବକୁ ଯାଉଥିବା ବେଳେ ଅଭିଷେକ ବଚ୍ଚନ ପରିବାର ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ଏଭଳି ସମୟରେ ଏବେ ଅଭିଷେକ, ଐଶ୍ବର୍ଯ୍ୟାଙ୍କ ପରିବାରରେ ଥିବା ଏକ ପାର୍ଟିରେ ଯୋଗ ଦେଇନଥିବା ଜଣାଯାଇଛି।

ଏବେ ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ଐଶ୍ବର୍ଯ୍ୟାଙ୍କ ପରିବାର ଲୋକ ନଜର ଆସୁଛନ୍ତି। ହେଲେ ଅଭିଷେକ ଫଟୋରେ ନାହାନ୍ତି। ମିଳିଥିବା ସୂଚନା ମୁତାବକ, ଐଶ୍ବର୍ଯ୍ୟାଙ୍କ ସମ୍ପର୍କୀୟ ଭଉଣୀଙ୍କ ଜନ୍ମଦିନ ଥିବାରୁ ଏଥିପାଇଁ ପାର୍ଟି ରଖାଯାଇଥିଲା। ପାର୍ଟିକୁ ଐଶ୍ବର୍ଯ୍ୟା ଝିଅ ଆରାଧ୍ୟାକୁ ନେଇ ଯାଇଥିବା ବେଳେ ଅଭିଷେକ ସାଥିରେ ଯାଇନଥିଲେ। ମୁମ୍ବାଇରେ ଥାଇ ବି ଅଭିଷେକ ପାର୍ଟିକୁ ନଯିବା ଏବେ ଛାଡ଼ପତ୍ର ଚର୍ଚ୍ଚାର ନିଆଁରେ ଘିଅ ଢ଼ାଳିଛି।

Advertisement

Leave a Reply

Your email address will not be published. Required fields are marked *