Pratidin TV

Odisha's Digital News Platform

ଐଶ୍ୱର୍ଯ୍ୟାଠାରୁ ‘ଗ୍ରେ ଡିଭୋର୍ସ’ ନେବେ ଅଭିଷେକ ! ଜାଣନ୍ତୁ ଏହା କ’ଣ, କାହିଁକି ଏସବୁ ସେଲିବ୍ରିଟି ମଧ୍ୟ ନେଇଛନ୍ତି …

1 min read

ଗତ କିଛି ଦିନ ଧରି ଷ୍ଟାର ଦମ୍ପତିଙ୍କ ବିବାହ ବିଚ୍ଛେଦ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଓ ଐଶ୍ବର୍ଯ୍ୟା ରାୟଙ୍କ ନାଁ ମଧ୍ୟ ଏହି ଚର୍ଚ୍ଚାରେ ସାମଲ ରହିଛି । ଘଟଣା ପଛର ସତ୍ୟାସତ୍ୟ କ’ଣ ତାହା ତ ସମୟ କହିବ । ହେଲେ ଏହାରି ଭିତରେ ‘ଗ୍ରେ ଡିଭୋର୍ସ’ ନାମକ ଏକ ଶବ୍ଦ ଶୁଣିବାକୁ ମିଳୁଛି । ତେବେ କ’ଣ ଏହାର ଅର୍ଥ?

ଅଭିନେତ୍ରୀ ତଥା ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କଠାରୁ ଅଲଗା ହେବେ ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ। କିଛି ଦିନ ପୂର୍ବେ ବିଜିନେସ୍‌ ଟାଇକୁନ୍‌ ମୁକେଶ ଅମ୍ବାନୀଙ୍କ ପୁଅ ବିବାହ ଉତ୍ସବରେ ଦୁହିଁଙ୍କୁ ଅଲଗା ଦେଖିବାକୁ ମିଳିଥିଲା। ସେବେଠାରୁ ଐଶ୍ୱର୍ଯ୍ୟା ବଚ୍ଚନ ପରିବାର ଉପରେ ଖପ୍ପା ଥିବା ଚର୍ଚ୍ଚା ଜୋର ଧରିଛି। ସେଥିମଧ୍ୟରେ ଅମ୍ବାନୀଙ୍କ ବିବାହ ଫଟୋରେ ଐଶ୍‌ଙ୍କୁ ଅଲଗା ଦେଖି ପ୍ରଶଂସକ ଚକିତ ହୋଇଥିବା ବେଳେ ଅଭିଷେକ ସୋସିଆଲ ମିଡିଆରେ ଏକ ଛାଡ଼ପତ୍ର ପୋଷ୍ଟକୁ ପସନ୍ଦ କରିଛନ୍ତି। ଇନଷ୍ଟାଗ୍ରାମରେ ‘ଗ୍ରେ ଡିଭୋର୍ସ’ ନାମକ ଏକ ପୋଷ୍ଟକୁ ସେ ଲାଇକ୍‌ କରିଛନ୍ତି। ଅଭିଷେକ ଏହି ପୋଷ୍ଟ ଲାଇକ୍‌ କରି ସେ ଐଶ୍‌ଙ୍କଠାରୁ ଅଲଗା ହେବା ଉପରେ ମୋହର ମାରିଛନ୍ତି।

Advertisement

ପାଶ୍ଚାତ୍ୟ ଦେଶରେ ‘ଗ୍ରେ ଡିଭୋର୍ସ’ ସାଧାରଣ କଥା। ତେବେ ଜୀବନର ଅନ୍ତିମ ଚରଣରେ ଯଦି ଏକ ଯୋଡ଼ିକୁ ପରସ୍ପରଠାରୁ ଅଲଗା ରହିବାକୁ ପଡେ ତେବେ ତାହାକୁ ଗ୍ରେ ଡିଭୋର୍ସ କୁହାଯାଇଥାଏ। ସହଜ ଭାଷାରେ କହିଲେ ୫୦ ବର୍ଷ ପରେ ଯଦି ବିବାହିତ ଯୋଡ଼ି ଛାଡ଼ପତ୍ର ନେଇ ପରସ୍ପରଠାରୁ ଅଲଗା ରୁହନ୍ତି ତେବେ ତାକୁ ‘ଗ୍ରେ ଡିଭୋର୍ସ’ କୁହାଯାଏ। ୧୯୯୦ରୁ ଏଯାବତ୍‌ ‘ଗ୍ରେ ଡିଭୋର୍ସ’ ମାମଲା ଦୁଇଗୁଣା ଭାବେ ବଢ଼ିଚାଲିଛି।

ଏହି ଡିଭୋର୍ସରେ ସେହି ବ୍ୟକ୍ତିଙ୍କଠାରୁ ଅଲଗା ହେବାକୁ ପଡେ ଯାହା ସହ ଜଣେ ଜୀବନର ଅଧିକାଂଶ ବର୍ଷ ବିତାଇଥାନ୍ତି, ଏକାଠି ସୁଖଦୁଃଖ ବାଣ୍ଟିଥାନ୍ତି। ଅନେକ ଏଥିରୁ ବାହାରି ପାରୁଥିବା ବେଳେ ଅନେକେ ଏଥିରେ ନିଜକୁ ହରାଇଥାନ୍ତି। ବଲିଉଡରେ ଅନେକ ବଡ ସେଲିବ୍ରିଟି ଅଛନ୍ତି ଯେଉଁମାନେ ଗ୍ରେ ଡିଭୋର୍ସ ନେଇଛନ୍ତି | ସେମାନଙ୍କ ମଧ୍ୟରେ ଅରବାଜ ଖାନ ଏବଂ ମଲାଇକା ଆରୋରାଙ୍କ ଛାଡପତ୍ରକୁ ଗ୍ରେ ଡିଭୋର୍ସ ମଧ୍ୟ କୁହାଯାଏ, କାରଣ ସେମାନଙ୍କର ବୈବାହିକ ଜୀବନ ୧୯ ବର୍ଷ ପରେ ଭାଙ୍ଗିଯାଇଥିଲା | ଏହା ବ୍ୟତୀତ କିରଣ ରାଓ ଏବଂ ଆମୀର ଖାନ, ଫରହାନ ଅଖତର ଏବଂ ଅଦୁନା ଅଖତର, ଅର୍ଜୁନ ରାମପାଲ ଏବଂ ମେହେର ଜେସିଆଙ୍କ ବିବାହ ମଧ୍ୟ ଏହି ବର୍ଗରେ ରହିଛନ୍ତି ।

Leave a Reply

Your email address will not be published. Required fields are marked *