Pratidin TV

Odisha's Digital News Platform

ଦୁଆରଶୁଣୀ ଘାଟିରେ ଦୁର୍ଘଟଣା : ଦୁଇ ଟ୍ରକ ମଝିରେ ଚାପି ହେଲା କାର୍‌,୨ମୃତ

1 min read

ବାରିପଦା : ବାଙ୍ଗିରିପୋଷି-ଦୁଆରଶୁଣି ଘାଟିରେ ଅପରାହ୍ନରେ ଘଟିଲା ବଡ ଦୁର୍ଘଟଣା । ଏକ ଇନୋଭା କାରକୁ ପଛପଟୁ ଧକ୍କା ଦେଲା ଲୁହାପଥର ବୋଝେଇ ଟ୍ରକ । ଏଥିରେ ୨ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଗୁରତର ଅଛନ୍ତି । ଦୁଆରଶୁଣି ମନ୍ଦିର ରୁ ମା ‘ଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଏହି ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକ ସହ କାର ର ଧକ୍କା ଦେବା ହେବା ଫଳରେ ଟ୍ରକ ତଳକୁ ଖସି ପଡିବା ସହିତ ଚାରି ଚକିଆ ଯାନ ପୁରା ପୁରି ଭାଙ୍ଗି ଚୂର୍ ମାର ହୋଇଥିବା ଦେଖିବାକୁ ମିଳିଛି । ଘଟଣା ଖବର ପାଇ ଦମକଳ ବାହୀନି ପହଁଚି ଗାଡ଼ିରେ ଥିବା ଚାରି ଜଣ ଗୁରୁତରଙ୍କୁ ଚିକିତ୍ସା ପାଇଁ ବାରିପଦା ମେଡିକାଲ ରେ ଭର୍ତ୍ତି କରାଯାଇଛି । ବାରିପଦା ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି । ମୃତକ ଦ୍ୱୟ ହେଲେ ସେମାନେ ସମ୍ପର୍କରେ ୨ଯାଆ(୨ଭାଇଙ୍କ ପତ୍ନୀ) । ଦୁର୍ଗା ପୂଜା ଅବସରରେ ଖଡଗପୁରର ଏକ ପରିବାର ଘାଟିରେ ପୂଜା ପାଉଥିବା ମା’ ଦୁଆରଶୁଣିଙ୍କ ପୂଜା ସାରି କାରରେ ଫେରିବା ବେଳେ ଦୁର୍ଘଟଣା ଘଟିଥିଲା । ଟ୍ରକ କାରକୁ ପଚପଟୁ ଧକ୍କା ଦେବାରୁ କାରର ସାମ୍ନାରେ ବ୍ରେକ ଡାଉନ ହୋଇଛିଡା ହୋଇଥିବା ଅନ୍ୟ ଏକ ଟ୍ରକ ସହିତ ଧକ୍କା ହୋଇଥିଲା । ୨ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ସମ୍ମୁଖରେ ୨ଭାଇ ଓ ଛୁଆ ଆହତ ହୋଇଥିଲେ ହେଁ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ । ଖବର ପାଇ ଦମକଳ ବାହିନୀ ଓ ପୁଲିସ ସେମାନଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ଡାକ୍ତରଖାନାକୁ ଆଣିଛନ୍ତି । ପୁଲିସ ଦୁର୍ଘଟଣା ଘଟାଇଥିବା ଟକ୍ରକୁ ପୁଲିସ ଜବତ କରିଥିବା ବେଳେ ଟ୍ରକ ଡ଼୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି ।

Advertisement

Leave a Reply

Your email address will not be published. Required fields are marked *