Pratidin TV

Odisha's Digital News Platform

ଚଳନ୍ତା ଟ୍ରେନରେ ଅଘଟଣ, ଟ୍ରେନରୁ ଖସି କଟିଗଲେ ମାଆ-ଝିଅ ।

1 min read

ରାୟଗଡା ; ଚଳନ୍ତା ଟ୍ରେନରେ ଚଢିବା ସମୟରେ ଅଘଟଣ, ଏକ୍ସପ୍ରେସରେ ଚାପି ହୋଇ ମା ଓ ୪ ବର୍ଷର ଶିଶୁ କନ୍ୟା ଗୁରୁତର । ରାୟଗଡ଼ା ଜିଲ୍ଲା ସିଙ୍ଗାପୁରୁ ରୋଡ଼ ରେଳ ଷ୍ଟେସନରେ ଅଘଟଣ,ଚଳନ୍ତା ଟ୍ରେନରେ ଚଢିବା ସମୟରେ ଏହି ଅଘଟଣ ଘଟିଛି। କରବା ଏକ୍ସପ୍ରେସ ରୁ ଖସି ମା ଓ ୪ ବର୍ଷର ଶିଶୁ କନ୍ୟା ଗୁରୁତର ହୋଇପଢ଼ିଛନ୍ତି ।

ଉଭୟଙ୍କୁ ପ୍ରଥମେ ରେଳ ବିଭାଗ ପୋଲିସ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ବ୍ରହ୍ମପୁର କୁ ସ୍ଥାନାନ୍ତରିତ କରିଛନ୍ତି। ଏହି ଦୁର୍ଘଟଣାରେ ମା ରତିକା ଚନ୍ଦନା ଙ୍କ ର ଦୁଇଟି ହାତ ଏବଂ ଗୋଟିଏ ଗୋଡ଼ କଟି ଯାଇଥିବା ବେଳେ ବାମ ଗୋଡ଼ ଭାଙ୍ଗି ଯାଇଛି, ଏବଂ ତାଙ୍କର ୪ ବର୍ଷର ଶିଶୁ କନ୍ୟା ହସ୍ତିନା ଚନ୍ଦନା ଙ୍କର ଡାହାଣ ହାତ ଓ ଗୋଡ଼ କଟିଯାଇଛି।

Advertisement

ସ୍ୱାମୀ ଚୈତନ୍ୟ ଚନ୍ଦନା ସ୍ତ୍ରୀ ପିଲାଙ୍କୁ ଧରି ଟିଟିଲାଗଡ଼ କାନିଝୁରି ରୁ ଗତ ଦୁଇଦିନ ତଳୁ ରାୟଗଡା ପେଣ୍ଟା ପଞ୍ଚାୟତ ଅନ୍ତର୍ଗତ ଜିଞ୍ଜିଲିବାଡ଼ି ସମ୍ପର୍କୀୟଙ୍କ ଦଶା କାର୍ଯ୍ୟରେ ଯୋଗ ଦେବା ନିମନ୍ତେ ଆସିଥିଲେ। ଆଜି ଫେରିବା ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି।

Leave a Reply

Your email address will not be published. Required fields are marked *