Pratidin TV

Odisha's Digital News Platform

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍ , ଜାତୀୟ ରାଜପଥରେ ଆଖିବୁଜିଲେ ୨ ସାଙ୍ଗ …

1 min read

ବାଲେଶ୍ୱର : ପୁଣି ରାଜ୍ୟରେ ଦୁର୍ଘଟଣା ନେଲା ଜୀବନ। ସରକାର ରାଜ୍ୟରୁ ଦୁର୍ଘଟଣାକୁ କମାଇବାକୁ ଶହ ଶହ ପନ୍ଥା ଆପଣାଉଥିବା ବେଳେ ଚାଳକଙ୍କ ଖାମଖିଆଲି ନେଉଛି ଜୀବନ । ଗତକାଲି ୧୬ ନମ୍ବର ଜାତୀୟ ରାଜପଥ ତଳନଗର ଠାରେ ବିଳମ୍ୱିତ ରାତିରେ ବାଇକକୁ ଟ୍ରକ୍ ଧକ୍କାରେ ଚାଲିଛି ୨ ସାଙ୍ଗଙ୍କ ଜୀବନ ।

ମିଳିଥିବା ଖବର ଅନୁଯାୟୀ ସୋର ଥାନା ମଣତ୍ରୀ ପଞ୍ଚାୟତ ଜନହିଆ ଗ୍ରାମର ଉତ୍ତରେଶ୍ୱର ଭଡ଼ା ଘରେ ରହୁଥିବା ୨ ଯୁବକ ଅରଜିତ ବେହେରା ଓ ବଳରାମ ନାୟକ ଗତକାଲି ରାତିରେ ତଲନଗର ହୋଟେଲରୁ ଖାଇବା ସାରି ବାଇକ୍ ଯୋଗେ ଫେରୁଥିବା ବେଳେ ଏକ ଟ୍ରକ୍ ତଳନଗର ନିକଟରେ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ଖଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରି ଶବବ୍ୟବଚ୍ଛେଦ ପାଇଁ ପଠାଇଥିଲା ।ଏବଂ ଉଭୟଙ୍କପରିବାର ସହ ଯୋଗାଯୋଗ କରିଥିଲା ।

Advertisement

Leave a Reply

Your email address will not be published. Required fields are marked *