Pratidin TV

Odisha's Digital News Platform

ପାରାଦୀପ ବନ୍ଦରରେ ଅଘଟଣ; କ୍ରେନରୁ ଭାଙ୍ଗି ଖସି ପଡ଼ିଲା ବୁମ୍ ଗ୍ରାଫ୍..

1 min read

ପାରାଦ୍ଵୀପ ବନ୍ଦର ର MPB ବର୍ଥ ରେ ଘଟିଛି ଅଘଟଣ । ପଣ୍ୟ କାଢୁଥିବା ବେଳେ ଛିଣ୍ଡି ଗଲା କ୍ରେନ୍ ର ଚେନ୍ । କ୍ରେନ୍ ର ଲମ୍ବା ଲୁହା ବୁମ୍ ପଡି ଜାହାଜ ର ୭ ନମ୍ବର ଢାଙ୍କଣା କ୍ଷତିଗ୍ରସ୍ତ ହୋଇଛି । MPB ବର୍ଥ ରେ ଏଏନଏମଏସ ମହାଲକ୍ଷ୍ମୀ ଜାହାଜ ପଣ୍ୟ ଖାଲି କରୁଥିବା ବେଳେ ଘଟିଛି ଘଟଣା।

ଜଣେ କ୍ରେନ୍ ଅପରେଟର କର୍ମଚାରୀ ଆହାତ ହୋଇ ପାରାଦ୍ଵୀପ ବନ୍ଦର ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି। କ୍ରେନ୍ ର ବେକଟ ସମୁଦ୍ର କୁ ଖସିପଡିଛି। କ୍ରେନ୍ ଟି ବୋଥ୍ରା କମ୍ପାନୀର ବୋଲି ଜଣା ପଡିଥିବା ବେଳେ କମ୍ପାନୀର ଅବହେଳା ଯୋଗୁଁ ଏଭଳି ଘଟିଥିବା ଅଭିଯୋଗ ହୋଇଛି ।ମେସିନ ଗୁଡିକ ର ସଠିକ ମେଣ୍ଟେନାନ୍ସ କରାଯାଉନଥିବାରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି।

Advertisement

Leave a Reply

Your email address will not be published. Required fields are marked *