ACF ସୋମ୍ୟ ମୃତ୍ୟୁ ମାମଲା : ପତ୍ନୀ ବିଦ୍ୟାଭାରତୀଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି , NBW ରେ ଲାଗିଲା ରୋକ୍ …
1 min readଭୁବନେଶ୍ୱର : ACF ସୋମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ପୁଣି ରୋଚକ ମୋଡ । ଦୀର୍ଘ ୨ ବର୍ଷ ପରେ ଟିକେ ନ୍ୟାୟ ପାଇଁ ଚାହିବସିଥିଲେ ସୌମ୍ୟରଞ୍ଜନଙ୍କ ପରିବାର । ଆସନ୍ତା ୭ ତାରିଖ ସୁଦ୍ଧା ବିଦ୍ୟାଭାରତୀ , DFO ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ ନନ୍ବେଲଏବୁଲ ଆରେଷ୍ଟ ୱାରେଣ୍ଟ ଜାରି କରି କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ବିଦ୍ୟାଭାରତୀଙ୍କୁ ଅଫିସ୍ ଏବଂ ତାଙ୍କ ଘରେ ଅନେକ ଖୋଜିଥିଲା ପୋଲିସ କିନ୍ତୁ ବିଦ୍ୟାଭାରତୀଙ୍କୁ ନପାଇଁ ଶେଷରେ ନିରାଶ ହୋଇ ଫେରିଥିଲା । ତେବେ ଆଜି କୋର୍ଟର ଆଉ ଏକ ଅର୍ଡର ମାମଲାଟିକୁ ସମ୍ପୂର୍ଣ୍ଣ ବଦଳାଇଦେଇଛି । ଆଉ ଭାଙ୍ଗିଦେଇଛି ନ୍ୟାୟର ସେଇ ଟିକକ ଆଶା ।
ତେବେ ନନ୍ବେଲଏବୁଲ୍ ଆରେଷ୍ଟ ୱାରେଣ୍ଟ ଉପରେ ଆଜି ରୋକ୍ ଲଗାଇଛି ହାଇକୋର୍ଟ । କଠୋର କାର୍ଯ୍ୟାନୁଷ୍ଠାନ ନନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପାରଳାକୈମୁଣ୍ଡି ଏସଡିଜିଏମ୍ଙ୍କ ନିର୍ଦ୍ଦେଶ ଉପରେ ବିଦ୍ୟାଭାରତୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଆବେଦନକାରୀଙ୍କ ବିରୋଧରେ କୌଣସି କଠୋର ପଦକ୍ଷେପ/କାର୍ଯାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି । ପାରଳାଖେମୁଣ୍ଡି ଏସଡିଜେଏମଙ୍କୁ ଚ୍ୟାଲେଞ୍ଜ କରି ବିଦ୍ୟାଭରତୀ ହାଇକୋର୍ଟ ଯାଇଥିଲେ । ପୂର୍ଵରୁ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଆଶ୍ୱସ୍ଥି ମିଳିଥିଲା । ଆସନ୍ତା ଜୁଲାଇ ୨୭ରେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ ।
ସୂଚନାଯୋଗ୍ୟ ଯେ ୨୦୨୧ ଜୁଲାଇ ୧୧ ତାରିଖରେ ପାରଳାଖେମୁଣ୍ଡିସ୍ଥିତ ସରକାରୀ କ୍ୱାର୍ଟରରେ ସନ୍ଦେହଜନକ ଅବସ୍ଥାରେ ନିଆଁରେ ପୋଡ଼ି ହୋଇଯାଇଥିଲେ ଏସିଏଫ୍ ସୌମ୍ୟରଞ୍ଜନ। ପରେ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା।
ତେବେ ସୌମ୍ୟଙ୍କ ମୃତ୍ୟୁ ପରେ ସନ୍ଦେହ ଘେରକୁ ଆସିଥିଲେ ବିଦ୍ୟାଭରତୀ। କାରଣ ସୌମ୍ୟଙ୍କ ସିନିୟର DFO ସଂଗ୍ରାମଙ୍କ ପାଇଁ ଉଭୟ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ତିକ୍ତତା ଲାଗି ରହିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏପରିକି ଅନୈତିକ ସମ୍ପର୍କ ନେଇ ପାରଳାଖେମୁଣ୍ଡି ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।
ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। କିନ୍ତୁ ପୋଲିସର ଢିଲା ତଦନ୍ତ ସୌମ୍ୟଙ୍କ ପରିବାରକୁ ନିରାଶ କରିଥିଲା । ଏନେଇ ସୌମ୍ୟଙ୍କ ବାପା ମାମଲାରେ ସିବିଆଇ ତଦନ୍ତ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ। ଅଭିଯୁକ୍ତ ଗିରଫ ନହେଲେ ଆତ୍ମାହୂତି ଦେବେ ବୋଲି ଚେତାବନୀ ଦେଇଥିଲେ।