Pratidin TV

Odisha's Digital News Platform

ପାରିବାରିକ ଗଣ୍ଡଗୋଳ ନେଲା ଭୟଙ୍କର ରୂପ , ଏସିଡ୍ ଆକ୍ରମଣ ସମୟରେ ଆକ୍ରମଣକାରୀଙ୍କ ସହ ୫ ଆହତ

1 min read

ଜଗତସିଂହପୁର : ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ଜଡ଼ତିରା ଗାଁ ରେ ଘଟିଯାଇଛି ଅଘଟଣ । ପାରିବାରିକ କଳହକୁ କେନ୍ଦ୍ର କରି ହୋଇଛି ଏସିଡି ମାଡ଼ । ଏସିଡି ମାଡ଼ରେ ଆକ୍ରମଣକାରୀଙ୍କ ସମେତ ୫ ଆହତ ହୋଇଛନ୍ତି । ପ୍ରମୁଖ ଆହତ ମାନେ ହେଲେ ଜଡ଼ତିରା ଗାଁର ବିପିନ ବିହାରୀ ପଣ୍ଡା,ତାଙ୍କ ସ୍ତ୍ରୀ ଆଶା ଲତା ପଣ୍ଡା ଓ ତାଙ୍କ ଝିଅ ଜୟଶ୍ରୀ ପଣ୍ଡା ଏମାନେ ସମସ୍ତେ ପ୍ରଥମେ ସ୍ତାନୀୟ ମଣିଜଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜଗତସିଂହପୁର ମୂଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇ ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତରିତ ହୋଇଛନ୍ତି ।

ବିପିନି ବିହାରୀ ଓ ତାଙ୍କ ସ୍ତ୍ରୀଙ୍କ ମୁହଁ ଓ ଶରୀରର ବିଭିନ୍ନ ସ୍ଥାନରେ ଏସିଡି ପଡି ପୋଡି ଯାଇଛି । ଅଭିଯୁକ୍ତ ଏହି ଗାଁ ର ଇତିଶ୍ରୀ ମହାପାତ୍ର । ଉଭୟ ପରିବାର ମଧ୍ୟରେ ପୂର୍ବରୁ ବିବାଦ ଲାଗିରହି ଥିବା ବେଳେ ଆଜି ସନ୍ଧ୍ୟାରେ ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା । ଫଳରେ ଏଥିରେ ଉତ୍ କ୍ଷିପ୍ତ ହୋଇ ଇତିଶ୍ରୀ ଏମାନଙ୍କ ଉପରେ ଏସିଡି ପକାଇ ଦେଇଥିଲେ ।

Advertisement

ଏହି ଘଟଣାରେ ଉଭୟପକ୍ଷରୁ ୫ ଜଣ ଆହତ ହୋଇଥିବାବେଳେ ୩ ଜଣଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ଜଡତିରା ଗ୍ରାମରେ ସ୍ଥଳରେ ତିର୍ତ୍ତୋଲ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଥିବାବେଳେ ଜଗତସିଂହପୁର ମେଡିକାଲରେ ଜଗତସିଂହପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ବ କରିଛି ।

Leave a Reply

Your email address will not be published. Required fields are marked *