Pratidin TV

Odisha's Digital News Platform

(ଭିଡିଓ)ରାଜଧାନୀରେ ଏସିଡ୍ ଆର୍ଟାକ୍ : ୧୭ ବର୍ଷିୟ ସ୍କୁଲ ଛାତ୍ରୀ ଉପରକୁ ଏସିଡ୍ ପକାଲେ ଦୁର୍ବୁତ୍ତ

1 min read

ନୂଆଦିଲ୍ଲୀ : ପୁଣି ଦେଶର ରାଜଧାନୀ ଦିଲ୍ଲୀରେ ଏସିଡ୍ ଆର୍ଟାକ୍ । ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ଆଜି ସକାଳୁ ସକାଳୁ ଘଟିଛି ଏପରି ଚାଞ୍ଚଲ୍ୟକର ଘଟଣା । ଯାହାର ଭିଡିଓ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗୁଛି । ଦୁଇ ଜଣ ଯୁବକ ଏକ ବାଇକରେ ଆସି ଜଣେ ୧୭ ବର୍ଷିୟ ଝିଅ ଉପରକୁ ଏସିଡ୍ ମାଡ୍ କରିଛନ୍ତି । ଏଭଳି ଏକ ହୃଦୟଥରା ଘଟଣା ମୋହନଗାର୍ଡେନ ପୋଲିସ ଷ୍ଟେସନ ଅଧୀନରେ ଘଟିଛି । ସପୃକ୍ତ ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖିଥିବା ବେଳେ ଅନ୍ୟଜଣେ ଫେରାର୍ ଅଛି ।

ପୀଡିତାଙ୍କ ବାପାଙ୍କ କହିବା ଅନୁଯାୟୀ ପ୍ରତ୍ୟକ ଦିନ ତାଙ୍କ ୨ ଝିଅ ବଡ ଝିଅ (୧୭ ) ଏବଂ ସାନ ଝିଅ(୧୩) ମେଟ୍ରୋରେ ସ୍କୁଲ ଯାଆନ୍ତି । ବୁଧବାର ଅର୍ଥାତ୍ ଆଜି ମଧ୍ୟ ସେହିପରି ଦୁହେଁ ଘରୁ ବାହାରିଥିଲେ । ବାଟରେ ମେଟ୍ରୋ ପାଇଁ ଅପେକ୍ଷା କରିଥିବା ସମୟରେ ୨ ଜଣ ହଠାତ୍ ଆସି ମୋ ବଡ ଝିଅ ମୁହଁକୁ ଏସିଡ୍ ଫପାଡିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଝିଅକୁ ତୁରନ୍ତ ହସ୍ପିଟାଲରେ ଭତ୍ତି କରାଯାଇଥିଲେ ମଧ୍ୟ ତାଙ୍କ ଅବସ୍ଥା ଗୁରୁତର ରହିଛି ।

ତେବେ ଆଶ୍ଚର୍ଯ୍ୟର କଥା ଏଇଆ ଯେ ପୀଡିତା ଜଣକଙ୍କର କେହିବି ଶତ୍ରୁ ନଥିଲେ । ତାଙ୍କୁ ମଧ୍ୟ କେହି ହଇରାଣ ହରକତ କରୁଥିବା କଥା କେବେ ସେ ନିଜର ପରିବାର ଆଗରେ କହିନାହାନ୍ତି । ତେବେ ଆର୍ଟାକ୍ କରିଥିବା ବ୍ୟକ୍ତି ଦୁଇ ଜଣ କେଉଁ ଉଦ୍ଦେଶ୍ୟରେ ମହିଳାଙ୍କ ଉପରକୁ ଏସିଡ୍ ପକାଇଥିଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଏନେଇ ଦିଲ୍ଲୀ ମହିଳା କମିଶନର ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ ମଧ୍ୟ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଦ୍ୱାରକା ମୋଡ଼ ପାଖରେ ଜଣେ ସ୍କୁଲ ଛାତ୍ରୀଙ୍କ ଉପରେ ଏସିଡ ଫିଙ୍ଗା ଯାଇଛି। ଆମ ଟିମ ପୀଡ଼ିତାଙ୍କ ସହଯୋଗ ପାଇଁ ହସ୍ପିଟାଲରେ ପହଞ୍ଚିଛି। ଝିଅକୁ ନ୍ୟାୟ ମିଳିବ। ଦିଲ୍ଲୀ ମହିଳା କମିଶନ ଦୀର୍ଘ ବର୍ଷ ହେଲାଣି ଏସିଡ୍ ବ୍ୟାନ କରିବାକୁ ଲଢ଼େଇ ଜାରି ରଖିଛି। କେବେ ସରକାର ନିଦରୁ ଉଠିବେ ବୋଲି ସେ ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *