Pratidin TV

Odisha's Digital News Platform

ଆକ୍ସନମୁଡରେ ମୋହନ ସରକାର, ହେଉଛି ନବକଳେବର ହଟିଲେ ୨୨ ଅଧିକାରୀ

1 min read

ବଦଳିଲା ନୂଆ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ରୂପରେଖା | ଯେଉଁ କାର୍ଯ୍ୟଳୟଟି ସଚିବଙ୍କ ଦ୍ୱାରା କବଜା କରାଯିବା କଥା ଚର୍ଚ୍ଚା ହେଉଥିଲା ସେହି କାର୍ଯ୍ୟାଳୟର ବର୍ତ୍ତମାନ ହୋଇଛି ନବକଳେବର | ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ହଟିଛନ୍ତି ଅନେକ ଦିନ ଧରି ଗାଦି ହାତେଇଥିବା OSS ଅଫିସର | ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ନୂଆ ଅଫିସର ମଧ୍ୟ ନୂଆ କାର୍ଯ୍ୟାଳୟର ହେବେ ନିଯୁକ୍ତି |

ମୁଖ୍ୟମନ୍ତ୍ରୀଙ୍କ ଅଫିସରେ କାର୍ଯ୍ୟରତ ଥିବା OSS କାର୍ଡରର ଅଧିକାରୀଙ୍କୁ ବଦଳି କରାଯାଇଛି | ୨୨ ଜଣ ଅଧିକାରୀଙ୍କୁ CMO ଅଫିସରୁ ଅପସାରଣ କରଯାଇଛି | ସେମାନଙ୍କୁ ନିଜ ବିଭାଗରୁ ବଦଳି କରଯାଇଛି | ବହୁ ଅଧିକାରୀ ବାଦକଲି ହୋଇଥିବା ବେଳେ ଅନେକ ଅଧିକାରୀ CMO ଅଫିସରେ ରହିଛନ୍ତି | ବାକି ଥିବା ଅଫିସରଙ୍କୁ ମଧ୍ୟ ବଦଳି ପାଇଁ ନିଷ୍ପତି ନିଆଯାଇଛି |

କେବଳ ସେତିକି ନୁହେଁ ଆଜି ସକାଳେ ମଧ୍ୟ ନୂଆ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା | ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ସତୀଶ ଚନ୍ଦ୍ର ସାମଲଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ବିନୋଦ ବିହାରୀ ସିଂଙ୍କୁ ମଧ୍ୟ CMO କାର୍ଯ୍ୟାଳୟରେ ଦିଆଯାଇଛି ନିଯୁକ୍ତି | ତେବେ ପୁରୁଣା ଅଧିକାରୀଙ୍କୁ ହଟାଇ ନୂଆ ଅଧକାରୀଙ୍କୁ ନିଯୁକ୍ତି ହେଉଥିବା ବେଳେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ହେଉଛି ନବକଳେବର |

Leave a Reply

Your email address will not be published. Required fields are marked *