ଜୁଲାଇ ମାସରେ ସକ୍ରିୟ ମୌସୁମୀ, ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା
1 min readଆଜି ୧0ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ | ସୁନ୍ଦରଗଡ଼, କେନ୍ଦ୍ରାପଡା, ମୟୁରଭଞ୍ଜ, ଦେଓଗଡ଼, ବାଲେଶ୍ୱର, କେଉଁଝର, ଝାରସୁଗୁଡା, ଭଦ୍ରକ, କଟକ ଏବଂ ଜଗତସିଂହପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ଏହି ଜିଲ୍ଲା ମାନଙ୍କରେ ଅଧିକ ବର୍ଷା ରହିବ ସହ ୪ ତାରିଖରୁ ବର୍ଷାର ପରିମାଣ ସାମାନ୍ୟ ହ୍ରାସ ପାଇବ |
ତେବେ ଜୁଲାଇ ମାସରେ ସକ୍ରିୟ ରହିବ ମୌସୁମୀ | ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ | ଜୁଲାଇରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି | IMD ଆକଳନ ଅନୁସାରେ ଦେଶରେ ବର୍ଷାର ପରିମାଣ ସ୍ୱାଭାବିକ ଠାରୁ ଅଧିକ ରହିବା ସହ ସୁନ୍ଦରଗଡ଼, କେଉଁଝର, ଭଦ୍ରକ, ଯାଜପୁର, ଦେଓଗଡ଼, ଢେଙ୍କାନାଳ, କେନ୍ଦ୍ରାପଡା ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାରବ ସମ୍ଭାବନା ରହିଛି |