Pratidin TV

Odisha's Digital News Platform

ପୁଅ ସହ ମସ୍ତି କରୁଛନ୍ତି ଅଭିନେତା ବାବୁସାନ, ସାମ୍ନାକୁ ଆସିଲା ଭିଡିଓ..

1 min read

ପୁଅ ଗୁଆନ ସହ ନଜର ଆସିଲେ ଓଲିଉଡ ଅଭିନେତା ବାବୁସାନ । ନିଜର ୨ବର୍ଷର ପୁଅ ସହ ମିଶି ଖେଳୁଛନ୍ତି ବାବୁସାନ । ଏନେଇ ନିଜ ସୋସିଆଲ ମିଡିଆରେ ଭିଡିଓ ଫୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଗୁଆନ ସହ ବେଶ ଖୁସିରେ ମସ୍ତି କରୁଛନ୍ତି । ଆଉ ପୁଅ ସହ କଥା ହୋଇ ଗୀତ ଗାଉଛନ୍ତି ।

ବାପାଙ୍କ କଥା ଶୁଣି ବାପାଙ୍କ ଭଳି ନକଲ କରିବାକୁ ଚେଷ୍ଟା କରୁଛି ଗୁଆନ । ପତ୍ନୀ ତୃପ୍ତି ଏହି ଭିଡିଓଟି ବନାଇଥିବା ବେଳେ ବାବୁସାନ ନିଜ ଫେସବୁକ ଏବଂ ଇନଷ୍ଟ୍ରଗ୍ରାମରେ ସେୟାର କରିଛନ୍ତି । ଏବଂ ଏଥିରେ କ୍ୟାପସନ ରେ ଲେଖିଛନ୍ତି ବାପା ହେବ ଏକ ଜିନିଷ,କିନ୍ତୁ ବାପା ହେବା ପରେ ଏହା ଅନେକ ଜିନିଷ ଅଟେ ।

Advertisement

ଫିଲ୍ମରୁ ବିରତି ନେଇ ନିଜ ଗୁଆନ ସହ ସମୟ ବିତାଉଛନ୍ତି ବାବୁସାନ । ଅବଶ୍ୟ ସାଙ୍ଗରେ ପତ୍ନୀ ତୃପ୍ତି ନଜର ଆସୁନଥିବା ବେଳେ ଭିଡିଓଟି ପୋଷ୍ଟ ପରେ ସେ ଏହାକୁ କ୍ୟାପଚର କରିଥିବାରୁ ବାବୁ ତାଙ୍କୁ କ୍ରେଡିଟ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *