Pratidin TV

Odisha's Digital News Platform

ମିଳିଲା ସୋଢ଼ିଙ୍କ ପତ୍ତା , ଘରକୁ ଫେରି ପୋଲିସକୁ କହିଲେ ନିଖୋଜର କାରଣ ..

1 min read

୨୫ ଦିନ ପରେ ଘରକୁ ଫେରିଲେ  ନିଖୋଜ ଥିବା ‘ତାରକ ମେହତା କା ଉଲଟା ଚଷମା’ ଅଭିନେତା ଗୁରୁଚରଣ ସିଂହ। କିଛିଦିନ ହେବ ତାଙ୍କର ନିଖୋଜ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଥିଲା ।ପରିବାର ଠାରୁ ଆରମ୍ଭ କରି ପ୍ରଶଂସକ ପର୍ଯ୍ୟନ୍ତ ସମସ୍ତେ ଚିନ୍ତାର ଥିଲେ  । ୨୫ ଦିନ ଧରି ଖୋଜାଖୋଜି କରିବା ପରେ ତାଙ୍କର କୌଣସି ଖୋଜ ଖବର ମିଳିନଥିଲା ଶେଷରେ  ୨୫ ଦିନ  ପରେ ଶେଷରେ ସେ ନିଜେ ଘରକୁ ଫେରିଥିବା ପୁଲିସ ସୂଚନା ଦେଇଛି। ଘରକୁ ଫେରିବାପରେ ଗୁରୁଚରଣ ସିଂହ ପୋଲିସ ନିଖୋଜ ହେବାର କାରଣ କହିଛନ୍ତି ।  ସେ କହିଛନ୍ତି  ଏକ ଧାର୍ମିକ ଯାତ୍ରା ଆରମ୍ଭ କରିବା ପାଇଁ ଘରୁ ପଳାଇଥିଲେ। ତୀର୍ଥଯାତ୍ରା ସମୟରେ ସେ ଅନେକ ସହର ଭ୍ରମଣ କରିଛନ୍ତି ଏବଂ ଅମୃତସର ଓ ଲୁଧିଆନାରେ ଗୁରୁଦ୍ୱାରରେ ରହିଥିବା କହିଛନ୍ତି।ଏପରି ଭ୍ରମଣ କରିବାର ପ୍ରାୟ ଗୋଟିଏ ମାସ ପରେ ତାଙ୍କୁ ଘରକୁ ଫେରିବା ଉଚିତ୍ ବୋଲି ଅନୁଭବ ହୋଇଥିଲା ଏବଂ ସେ ଘରକୁ ଫେରିଥିବା ପୁଲିସକୁ କହିଛନ୍ତି।

 ଗୁରୁଚରଣ ସିଂହ ‘ତାରକ ମେହତା କା ଉଲଟା ଚଷମା’ ସିରିଏଲର ରୋଶନ ସିଂହ ସୋଢ଼ି ଭୂମିକାରେ ଅଭିନୟ କରି ବେଶ୍ ପରିଚିତ। ସେ ଏପ୍ରିଲ ୨୨ରେ ପରିବାର ଲୋକଙ୍କୁ ମୁମ୍ବାଇ ଯିବେ କହି ବିମାନବନ୍ଦର ଯାଇଥିଲେ। କିନ୍ତୁ ଏହା ପରଠାରୁ ତାଙ୍କର କୌଣସି ପତ୍ତା ମିଳିନଥିଲା। ଫଳରେ ପରିବାର ଲୋକ ଥାନାରେ ନିଖୋଜ ନେଇ ଅଭିଯୋଗ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *