Pratidin TV

Odisha's Digital News Platform

ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବିଦା ହେଲେ ଅଭିନେତା ମନୋଜ ମିଶ୍ର …

ଭୁବନେଶ୍ୱର ; ଦଶହରା ବଜାରରେ ଖଚାଖଚ ଓଡିଆ ଫିଳ୍ମଗୁଡିକ ରିଲିଜ୍ ହୋଇଥିବା ସମୟରେ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ କଲାଭରି ଖବର । ମାଇଣ୍ଡଗେମର ମାଷ୍ଟର ମାଇଣ୍ଡ କଳାକାର ମନୋଜ ମିଶ୍ରଙ୍କୁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବାସନ୍ଦ କରାଯାଇଛି । ତାଙ୍କୁ ୨ ବର୍ଷ ପାଇଁ ଓଡିଆ ଫିଲ୍ମ ଜଗତରୁ ବାସନ୍ଦ କରିଛି ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସ । ଏନେଇ ଆଜି ଗଣମାଧ୍ୟମ ଆଗରେ ପ୍ରଯୋଜକ ସଂଘ ସୂଚନା ଦେଇଛନ୍ତି ।

ଯଦି ମନୋଜ ମିଶ୍ରଙ୍କୁ ଏହି ୨ ବର୍ଷ ଭିତରେ କିଏ କାମ ଦିଅନ୍ତି ବା ମନୋଜ ମିଶ୍ରଙ୍କୁ ନିଜ ଫିଲ୍ମରେ ରୋଲ ଦିଅନ୍ତି । ତେବେ ସେହି ଫିଲ୍ମକୁ ଓଡ଼ିଶାରେ କୌଣସି ଫିଲ୍ମ ହଲ୍ରେ ରିଲିଜ୍ କରାଇ ଦିଆଯିବ ନାହିଁ। ପ୍ରତିବାଦ କରାଯିବ। ଏନେଇ ପ୍ରଯୋଜକ ସଂଘ ପକ୍ଷରୁ ଓଡ଼ିଶା ସିନେ ଆର୍ଟିଷ୍ଟ ଆସୋସିଏସନକୁ ଅବଗତ କରାଯାଇଛି ବୋଲି ୟୁସିସିସି ସଭାପତି ସଞ୍ଜୟ ନାୟକ କହିଛନ୍ତି ।

ଘଟଣାଟି ଏମିତିକି ଏଥିର ଦୁର୍ଗାପୂଜାରେ ଦୀର୍ଘ ୫ ବର୍ଷ ପରେ ଅରିନ୍ଦମ ରାୟ ନିଜର ଏକ ଫିଲ୍ମ ରାମକୁ ନେଇ ଦର୍ଶକମାନଙ୍କ ସମ୍ମୁଖକୁ ଆସୁଛନ୍ତି । ଫିଲ୍ମଟି ସାରା ରାଜ୍ୟରେ ରିଲିଜ୍ ହେଉଥିବା ବେଳେ ଏହା ସମ୍ବଲପୁର ସହରରେ ମୁକ୍ତିଲାଭ କରିପାରିନାହିଁ । କାରଣ କିଛିଦିନ ଭିତରେ ଅଭିନେତା ମନୋଜ ମିଶ୍ର ଓ ଜିତୁ ମଙ୍ଗରାଜଙ୍କ ସୋସିଆଲ ମିଡିଆର ତୁତୁ ମେମେର କ୍ଷତି ସହିଛି ଅରିନ୍ଦମଙ୍କ ଫିଲ୍ମ ରାମ । କେବଳ ସମ୍ବଳପୁର ହଲରେ ହିଁ ଏହାକୁ ରିଲିଜ୍ କରିବାକୁ ଦିଆଯାଇନାହିଁ । କାରଣ ଅଭିନେତା ଜିତୁ ମଙ୍ଗରାଜଙ୍କ ସହିତ ଶତ୍ରୁତା କାରଣରୁ ମନୋଜ ମିଶ୍ରଙ୍କ ସମର୍ଥକମାନେ ସମ୍ବଲପୁରରେ ଏହି ଫିଲ୍ମକୁ ହଲରେ ରିଲିଜ୍ କରାଇଦେଲେ ନାହିଁ। ଏନେଇ ଫିଲ୍ମର ପ୍ରଯୋଜକ ଅରିନ୍ଦମ ୟୁସିସିସିର ଦ୍ୱାରସ୍ଥ ହୋଇଥିଲେ। ବହୁ ଆଲୋଚନା ପରେ ମନୋଜ ମିଶ୍ରଙ୍କୁ ବ୍ୟାନ୍ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

Leave a Reply

Your email address will not be published. Required fields are marked *