Pratidin TV

Odisha's Digital News Platform

ଆର୍ମି ପୋଷାକ ପିନ୍ଧି ଉଦ୍ଧାର କାର୍ଯ୍ୟରେ ବାହାରିଲେ ମେଗାଷ୍ଟାର ମୋହନଲାଲ ..

1 min read

କାହାର ଜୀବନ ବଞ୍ଚାଇବା ମାନବିକତାର ସବୁଠାରୁ ବଡ ଉଦାହରଣ । ଯିଏ ଜୀବନ ରକ୍ଷା କରେ, ସେ କୌଣସି ଈଶ୍ବରଙ୍କ ଠାରୁ କମ୍ ନୁହେଁ । ଆଉ ଏବେ ମାଲୟାଲାମ ଫିଲ୍ମ ଇଣ୍ଡଷ୍ଟ୍ରିର ମେଗାଷ୍ଟାର  ମୋହନଲାଲ  ଲୋକଙ୍କ ଜୀବନ ବଞ୍ଚେଇବାକୁ ଧାଇଁ ଆସିଛନ୍ତି । ଅଭିନେତା କେବଳ ଅନେକ ମଣିଷର ଜୀବନକୁ ପରିବର୍ତ୍ତନ କରିନାହାଁନ୍ତି, ବରଂ ଅନେକଙ୍କୁ ନୂଆ ଜୀବନ ଦେବାରେ ମଧ୍ୟ ସାହାଯ୍ୟ କରିଛନ୍ତି । ଯାହାକୁ ଦେଖିବା ପରେ ସମସ୍ତେ କହୁଛନ୍ତି  । କେରଳର ୱାୟନାଡରେ ମଙ୍ଗଳବାର ହୋଇଥିବା ଭୟଙ୍କର ଭୂସ୍ଖଳନ ରେ ଅନେକ ଧନଜୀବନ ନଷ୍ଟ ହୋଇଛି। ବର୍ତ୍ତମାନ ସୁଦ୍ଧା ଏଥିରେ 358 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାସହ ଅନେକ  ଲୋକ ନିଖୋଜ ଥିବା ସୂଚନା ମିଳିଛି। ଏବେ ସେହି ଧ୍ବଂଶସ୍ତୁପ ଭିତରେ ଜୀବନ ଖୋଜା ଚାଲିଛି ।  ହେଲେ  ନଷ୍ଟ ହୋଇଯାଇଥିବା ରାସ୍ତା, ସେତୁ ସହିତ ଯନ୍ତ୍ରପାତିର ଅଭାବ ତଥା ଭାରୀ ଯନ୍ତ୍ରର ଅଭାବ ହେତୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା କୁହାଯାଉଛି |

ଏମଧ୍ୟରେ ଜଣେ ଅଭିନେତା ଭୂସ୍ଖଳନ ପୀଡିତମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିବା ଦେଖାଯାଇଛି | ମାଲୟାଲାମ ଫିଲ୍ମ ଇଣ୍ଡଷ୍ଟ୍ରିର ମେଗାଷ୍ଟାର ମୋହନଲାଲ ଆର୍ମି ପୋଷାକ ପିନ୍ଧି ଭୂସ୍ଖଳନ ପୀଡିତମାନଙ୍କୁ ସାହାଯ୍ୟ କରିବାକୁ ପହଞ୍ଚିଥିବା  ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି | ଭାରତୀୟ ଟେରିଟେରାଲ୍ ଆର୍ମିରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଭାବରେ କାର୍ଯ୍ୟ କରୁଥିବା ମେଗାଷ୍ଟାର ମୋହନଲାଲ ଶନିବାର ଭୂସ୍ଖଳନ ହୋଇଥିବା ୱାୟନାଡ ପରିଦର୍ଶନ କରିଛନ୍ତି। ସେ ସେନା ୟୁନିଫର୍ମ ପିନ୍ଧି ପ୍ରଭାବିତ ଅଞ୍ଚଳକୁ ଯିବା ପୂର୍ବରୁ ଅଧିକାରୀଙ୍କ ସହ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା । ୨୦୦୯ରେ ଟେରିଟେରାଲ୍ ଆର୍ମିରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀରେ ସମ୍ମାନିତ ହୋଇଥିବା ଏହି ଅଭିନେତା ସଙ୍କଟ ସମୟରେ ସମର୍ଥନ କରିବାକୁ ପହଞ୍ଚି ସମସ୍ତଙ୍କ ମନ କିଣିଛନ୍ତି |

Advertisement

Leave a Reply

Your email address will not be published. Required fields are marked *