୩ ଦିନ ପରେ ଡିସ୍ଚାର୍ଜ ହେଲେ ଅଭିନେତା ମୋହନଲାଲ, ୫ ଦିନ ପର୍ଯ୍ୟନ୍ତ ଘରେ ରେଷ୍ଟ ପାଇଁ ପରାମର୍ଶ
1 min readସାଉଥ ସୁପରଷ୍ଟାର ମୋହନାଲା ଥିଲେ ଅସୁସ୍ଥ। ଏନେଇ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବା ପରେ ତୁରନ୍ତ ତାଙ୍କୁ କୋଚ୍ଚି ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରେ ଚିକିତ୍ସା ହେବା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି |
ମାଂଶପେଶୀରେ ଯନ୍ତ୍ରଣା ଓ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କାରାଯାଇଛି। ଡାକ୍ତରମାନେ ତାଙ୍କ ଚିକିତ୍ସା ଜାରି ରଖିଛନ୍ତି। ୫ ଦିନ ଯାଏ କୌଣସି ବି ସାର୍ବଜନୀନ ସ୍ଥାନକୁ ଯିବାକୁ ତାଙ୍କୁ ବାରଣ କରାଯାଇଛି। ଘରେ ରହି ଆରାମ କରିବାକୁ ପରାମର୍ଶ ଦିଆଯାଇଛି।
ସୂଚନା ଅନୁଯାୟୀ, ଗତ ୧୬ ତାରିଖ ଦିନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ତେବେ ବର୍ତ୍ତମାନ ୩ ଦିନ ପରେ ତାଙ୍କୁ ଡିସଚାର୍ଜ ମିଳିଛି | କିନ୍ତୁ ଆଗାମୀ ୫ ଦିନ ପର୍ଯ୍ୟନ୍ତ ତାଙ୍କୁ ଘରେ ବିଶ୍ରାମ ନେବା ଏବଂ ବାହାରକୁ ନ ଯିବା ଲାଗି ଡାକ୍ତର ପରାମର୍ଶ ଦେଇଛନ୍ତି |