Pratidin TV

Odisha's Digital News Platform

ଅଭିନେତା କଲେ ଦାବି, ବିଜୟ ଥଲାପତି ହେବେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ..

ତାମିଲ ସୁପରଷ୍ଟାର ଥଲାପତି ବିଜୟଙ୍କର ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦି ଗ୍ରେଟେଷ୍ଟ ଅଫ୍‌ ଅଲ୍‌ ଟାଇମ୍‌’ ମୁକ୍ତିଲାଭ କରିଛି  ।  ଏଥିରେ ଅଭିନେତା ପ୍ରେମଗୀ ଅମରେନ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରର ଗ୍ରାଣ୍ଡ୍ ରିଲିଜ୍‌କୁ ନେଇ ଅମରେନ ଅନେକ ବଡ଼ ଖୁଲାସା କରିଛନ୍ତି। ଏଥିସହ ବିଜୟଙ୍କ ବିଷୟରେ ଏକ ବଡ଼ ଭବିଷ୍ୟବାଣୀ ମଧ୍ୟ କରିଛନ୍ତି। ଏହି ଭବିଷ୍ୟବାଣୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଅମରେନ କହିଛନ୍ତି ଯେ, ୨୦୨୬ରେ ବିଜୟ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ହେବେ।

ଦଲପତି ବିଜୟଙ୍କ ରାଜନୀତିରେ ପ୍ରବେଶକୁ ନେଇ ପ୍ରେମଗୀ କହିଛନ୍ତି, ‘‘ହଁ, ନିଶ୍ଚିତ। ମୁଁ ୨୦୨୬ରେ ତାଙ୍କୁ ଭୋଟ୍ ଦେବି। ମୁଁ ଆପଣଙ୍କୁ ଦୃଢତାର ସହ କହୁଛି ଯେ ବିଜୟ ୨୦୨୬ରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବେ। ଅପେକ୍ଷା କରନ୍ତୁ ଏବଂ ଦେଖନ୍ତୁ।’’ ପ୍ରେମଗୀଙ୍କ ମନ୍ତବ୍ୟ ସିନେମା ଏବଂ ରାଜନୀତି ଉଭୟ ​‌କ୍ଷେତ୍ର​‌ରେ ‘ଦି ଗ୍ରେଟେଷ୍ଟ ଅଫ୍‌ ଅଲ୍‌ ଟାଇମ୍‌’ ଏବଂ ବିଜୟଙ୍କ ଭବିଷ୍ୟତର ସମ୍ଭାବନାକୁ ନେଇ ହେଉଥିବା ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି।

Leave a Reply

Your email address will not be published. Required fields are marked *