Pratidin TV

Odisha's Digital News Platform

ପୁପିନ୍ଦରଙ୍କୁ ପାଇପ୍ ରେ ଦେଖାଦେଲେ ପ୍ରଭୁ ଜଗନ୍ନାଥ , ଦେଖି ଭାବ ବିହ୍ୱଳ ହେଲେ ଅଭିନେତା …

ପୁପିନ୍ଦରଙ୍କୁ ପାଇପ୍ ରେ ଦେଖାଦେଲେ ପ୍ରଭୁଜଗନ୍ନାଥ । ସେହି ଅଦ୍ଭୂତ ଦୃଶ୍ୟ ସେ ନିଜ କ୍ୟାମେରାରେ କଏଦ କରିଥିଲେ। ଯାହାପରେ ସେ ତାହାକୁ ନିଜ ସୋସିଆଲ ମିଡିଆରେ ଉପଲୋଡ଼ କରିଥିଲେ । ସୋସିଆଲ ମିଡିଆରେ ଅପଲୋଡ଼ ହେବାମାତ୍ରେ ଲୋକଙ୍କୁ ଖୁବ୍ ପ୍ରଭାବିତ କରିଥିଲା ।30 ଲକ୍ଷ ଲୋକ ଏହି ଭିଡିଓ କୁ ବର୍ତ୍ତମାନ ପର୍ଯ୍ୟନ୍ତ ଦେଖିସାରିଲେଣି । ଏବେ ଅଭିନେତା ପୁପିନ୍ଦର ନିଜର ଅନୁଭୂତି ବଖାଣିଛନ୍ତି ।

ଏକ କାରରେ କୌଣସି ଏକ ସ୍ଥାନକୁ ଯାତ୍ରା କରିବା ସମୟରେ ପୁପିନ୍ଦରଙ୍କ ସାମ୍ନାରେ ଏକ ମାଲ ବୋଝେଇ ଗାଡି ଯାଉଥିଲା । ସେଥିରେ ଦୁଇଟି ପାଇପ୍ କୁ ଏପରି ଢଙ୍ଗରେ ରଖାଯାଇଥିଲା ଯେ, ତାହା ପ୍ରଭୁ ଜଗନ୍ନାଥଙ୍କ ଆଖି ପରି ଦୃଶ୍ୟମାନ ହୋଇଥିଲା । ଏପରି ଏକ ନିଆରା ଦୃଶ୍ୟକୁ ନିଜେ ପୁପିନ୍ଦର ମୋବାଇଲ କ୍ୟାମେରା ମାଧ୍ୟମରେ ତତକ୍ଷଣାତ ରେକର୍ଡ କରିଥିଲେ । ଯାହା ଏବେ ଭାଇରାଲ୍ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *