ହୃଦ୍ଘାତରେ ପ୍ରାଣ ହରାଇଲେ ବର୍ଷିଆନ୍ ଅଭିନେତା ସତୀନ୍ଦର ଖୋସ୍ଲା….
1 min readମୁମ୍ବାଇ: ପୁଣି ଶୋକରେ ବୁଡିଲା ବଲିଉଡ୍ ଜଗତ । ବୀରବଲ ନାମରେ ପରିଚିତ ହୋଇଥିବା ବର୍ଷୀୟାନ ଅଭିନେତା ସତୀନ୍ଦର ଖୋସଲାଙ୍କର ହୃଦ୍ଘାତରେ ମୃତ୍ୟୁ ଘଟିଛି । ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଗତକାଲି ମଙ୍ଗଳବାର ସନ୍ଧ୍ୟା ସମୟରେ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି । ଅଭିନେତା ସତୀନ୍ଦର ୮୦ବର୍ଷ ବୟସରେ ପ୍ରାଣ ହରାଇଥିବା ନେଇ ତାଙ୍କର ବନ୍ଧୁ ଜୁଗ୍ନୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ହୃଦ୍ଘାତ ଯୋଗୁଁ କୋକିଲାବେନ୍ ହସ୍ପିଟାଲରେ ସତୀନ୍ଦରଙ୍କ ମୃତ୍ୟୁ ହୋଇଛି । ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ । ଅନ୍ୟପଟେ ସତୀନ୍ଦର ମୃତ୍ୟୁ ଖବରକୁ ନେଇ ସିନେ ଆଣ୍ଡ ଟିଭି ଆର୍ଟିଷ୍ଟ ଆସୋସିଏସନ ‘ଏକ୍ସ୍’ରେ ଶୋକବ୍ୟକ୍ତ କରିବା ସହ ସମବେଦନା ଜଣାଇଛି ।
ତେବେ ସତୀନ୍ଦର ୧୯୮୧ ମସିହାରୁ ସିନେ ଆଣ୍ଡ ଟିଭି ଆର୍ଟିଷ୍ଟ ଆସୋସିଏସନ ବା ‘ସିନ୍ଟା’ର ସଦସ୍ୟ ଥିଲେ । ତାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ହେଉଛି ‘ଦୋ ବନ୍ଧନ’ । ପରେ ସତୀନ୍ଦର ଭି. ଶାନ୍ତାରାମ୍ଙ୍କ ‘ବୁନ୍ଦ ଜୋ ବନ୍ଗୟୀ ମୋତି’ ଚଳଚ୍ଚିତ୍ରରେ ବାଞ୍ଛାରାମ ଭୂମିକାରେ ଅଭିନୟ କରି ଜଣେ ଭଲ ଅଭିନେତା ଭବେ ସୁପରିଚିତ ହୋଇଥିଲେ ।
କେବଳ ହିନ୍ଦୀ ନୁହେଁ ଏହା ବ୍ୟତୀତ ସେ ପଞ୍ଜାବୀ, ଭୋଜପୁରୀ ଓ ମରାଠୀ ଆଦି ଭାଷାରେ ୫୦୦ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି ।ଅନେକ ଚଳଚିତ୍ରରେ ସେ ଜଣେ କମେଡିଆନ ଭାବେ ଅଭିନୟ କରି ଦର୍ଶକଙ୍କ ମନ ଜିଣିପାରିଥିଲେ । ମୁଖ୍ୟତଃ ନବେଦଶକର ସବୁଠାରୁ ସୁପରିଚିତ ପିଲ୍ମ ସୋଲେରେ ସେ ଏକ କଏଦୀ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ଧ୍ୟାନ ଅର୍କଷଣ କରିଥିଲେ ।