Pratidin TV

Odisha's Digital News Platform

(ଭିଡିଓ) ଓଡିଆ ଡାଲମାର ସ୍ୱାଦକୁ ଭୂରି ଭୂରି ପ୍ରଶଂସା କଲେ ଅଭିନେତା ସୁନିଲ ସେଠୀ…

ଓଡିଶାରେ ବଲିଉଡ ଲୋକପ୍ରିୟ ଅଭିନେତା ସୁନିଲ ସେଠି । ବାଲିଅନ୍ତାରେ ଚାଲିଥିବା ୩ ଦିନିଆ ଜୟଦେବ ଗୈାରବ ସମ୍ମାନରେ ଯୋଗ ଦେବା ପାଇଁ ଓଡିଶା ଆସିଛନ୍ତି । ଆଉ ଏହି ସମୟରେ ସେ ଓଡିଶା ତଥା ଓଡିଆଙ୍କ ଖାଦ୍ୟକୁ ଖୁବ ପ୍ରଶଂସା କରିଛନ୍ତି । ଆୟୋଜିିତ ସାମ୍ବାଦିକ ସମ୍ମିଳନୀରେ ଜୟ ଜଗନ୍ନାଥ କହିବା ସହ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଦର୍ଶନ କରି ଆର୍ଶବାଦ କାମନା କରିଛନ୍ତି । ତେବେ ଗଣ ମାଧ୍ୟମରେ ପ୍ରତିର୍କିୟା ଦେବା ବେଳେ ଅଭିନେତା ସୁନିଲ ସେଠୀ କହିଥିଲେ ଯେ ଭୁବନେଶ୍ୱର ବା ଓଡିଶା ମୁଁ ଯେତେବେଳେ ଆସିଛି ଏହାର ବିକାଶ, ସୈାନ୍ଦର୍ଯ୍ୟ ଓ ପ୍ରାକୃତିକ ପରିବେଶ ମୋତେ ବେଶ ଖୁସି ଲାଗେ । ବିଶେଷ କରି ଆଜିର ଖାଦ୍ୟରେ ଖାଇଥିବା ଡାଲମାର ସ୍ୱାଦ ଚାଖିଛି ଯାହା ମୋତେ ବେଶି ଭଲ ଲାଗିଛି । ଏହି ଖାଦ୍ୟ ବେଶ ସ୍ୱାସ୍ଥ୍ୟକର । ତେଣୁ ଆଗକୁ ଆସିଲେ ଓଡିଶାର ପରିଚିତ ଖାଦ୍ୟ ଖାଇବି । ତେବେ ପୂର୍ବରୁ ଓଡିଶାର କଟକ ଦହିବରାକୁ ନେଇ ଚର୍ଚ୍ଚା ହେଉଥିଲା । ଯାହାର ସ୍ୱାଦକୁ ଭୁରି ଭୁରି ପ୍ରଶଂସା କରିଥିଲେ ସେଫ ବିକାଶ ଖାନା । ସେହିପରି ବର୍ତ୍ତମାନ ଓଡିଆଙ୍କ ଡାଲମାକୁ ମଧ୍ୟ ବେଶ ପ୍ରଶଂସା କରିଛନ୍ତି ସୁନିଲ ସେଠି ।

Leave a Reply

Your email address will not be published. Required fields are marked *