Pratidin TV

Odisha's Digital News Platform

ସିନେମା ଛାଡି଼ ରାଜନୀତିରେ ପାଦ ଦେବେ ଥଲାପତି ବିଜୟ !

1 min read

ସାଉଥ୍ ସୁପରଷ୍ଟାର ଥଲାପତି ବିଜୟ ତାଙ୍କ ଫିଲ୍ମ ଏବଂ ଷ୍ଟାଇଲ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ନିକଟରେ ତାଙ୍କୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି । ହେଲେ ଏଥର ତାଙ୍କ ଚର୍ଚ୍ଚାରେ ରହିବାର କାରଣ ରହିଛି କିଛି ଖାସ୍ । ଏବେ ସିନେମା ଛାଡି଼ ରାଜନୀତିରେ ପାଦ ଦେବେ ସାଉଥର ସୁପରଷ୍ଟାର ଥଲାପତି ବିଜୟ । ଖୁବ୍‌ଶୀଘ୍ର କରିବେ ନିଜ ଦଳ ଘୋଷଣା । ରାଜନୀତିକୁ ଆସିବାର ସଙ୍କେତ ମଧ୍ୟ ଦେଇସାରିଲେଣି ବିଜୟ । ଖୁବଶୀଘ୍ର କମଲ ହାସନ ଓ ରଜନୀକାନ୍ତ ଏବଂ ପୱନ କଲ୍ୟାଣ ଭଳି ରାଜନୀତିରେ ପାଦ ରଖି ପାରନ୍ତି ବିଜୟ । ତାଙ୍କ ଫ୍ୟାନ୍ କ୍ଲବ ଜେନେରାଲ କାଉନସିଲ୍ ବିଜୟ ମକ୍କାଲ୍ ଇୟାକ୍କମ୍ ଏନେଇ ସ୍ପଷ୍ଟ କରିଛନ୍ତି । ଲୋକ ସଭା ନିର୍ବାଚନ ପୂର୍ବରୁ ସୁପରଷ୍ଟାର ଏନେଇ ନିଷ୍ପତ୍ତି ନେଇପାରନ୍ତି ।

ଏହାକୁ ନେଇ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହାପରେ ଅଭିନେତାଙ୍କୁ ନିଜର ଦଳ ପଞ୍ଜିକୃତ କରିବାର ସ୍ୱୀକୃତି ମଧ୍ୟ ମିଳିସାରିଛି । କେବଳ ସାଉଥ୍ ରେ ନୁହେଁ ସାରା ଭାରତରେ ବିଜୟଙ୍କ ପ୍ରଶଂସକ ଢେର ଅଧିକ ଅଛନ୍ତି । ସେ କବେଳ ଜଣେ ଭଲ ଅଭିନେତା ନୁହନ୍ତି , ଅଭିନୟ ସହିତ ସମାଜସେବାରେ ରୁଚି ମଧ୍ୟ ରଖନ୍ତି । ସେଥିପାଇଁ ଅଭିନେତାଙ୍କୁ ସମସ୍ତେ ବେଶ୍ ପସନ୍ଦ କରନ୍ତି । ତେବେ ଅଭିନୟର ଯାଦୁ ରେ ଯେମିତି ସେ ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି ଠିକ୍ ସେମିତି ରାଜନୀତିରେ ମଧ୍ୟ ସେ ନିଜର ଜଲୱା ଦେଖାଇବେ ବୋଲି ସମସ୍ତେ ଅଶା ରଖିଛନ୍ତି । ତେବେ ରାଜନୀତିରେ ପ୍ରବେଶ କରିବାପରେ ଅଭିନୟ ଛାଡିବେ କି ନାହିଁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Advertisement

Leave a Reply

Your email address will not be published. Required fields are marked *