Pratidin TV

Odisha's Digital News Platform

ଅଶାଳୀନ ପୋଷାକ ପିନ୍ଧି ଗିରଫ ହେଲେ ଉର୍ଫି ଜାଭେଦ୍‌…

ସବୁବେଳେ ଛୋଟ ପୋଷାକ ପିନ୍ଧି ସୋସିଆଲ ମିଡିଆରେ ଚର୍ଚ୍ଚାରେ ଚରହିଥାନ୍ତି ଉର୍ଫି ଜାଭେଦ୍ । ଅଶାଳୀନ ପୋଷାକ ଭାବରେ ପୋଷାକ ପିନ୍ଧି ଭିଡିଓ ଭାଇରାଲ ହେଉଥିବା ବେଳେ ସେ ଅନେକ ଟ୍ରୋଲ ହୋଇଥାନ୍ତି । ବିଗ୍ ବସ୍ ଫେମ୍ ଉର୍ଫି ଅଧିକାଂଶ ସମୟରେ ନିଜ ପୋଷାକ ପାଇଁ ହିଁ ଆଲୋଚନାର ପରିସର ଭିତରକୁ ଆସିଥାନ୍ତି । ଏହା ତାଙ୍କ ପାଇଁ କିଛି ନୂଆ କଥା ନୁହେଁ । ମାତ୍ର ପ୍ରତିଥର ସେ କିିଛି କିଛି ନୂଆ ଶୈଳୀର ପୋଷାକ ପରିଧାନ କରି ଆଲୋଚନାର ପରିସର ଭିତରକୁ ଆସିଥାନ୍ତି । ଏଥର କିନ୍ତୁ ଅଶାଳୀନ ପୋଷାକ ପିନ୍ଧିବା ତାଙ୍କୁ ମହଙ୍ଗା ପଡ଼ିଛି । ଏହି କାରଣରୁ ଉର୍ଫିଙ୍କୁ ବାନ୍ଧି ନେଇଛି ପୁଲିସ୍ । ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଭିଡିଓରେ ସେ ରେଷ୍ଟୁରାଷ୍ଟରେ ଥିବା ବେଳେ ସେଠାରୁ ତାଙ୍କୁ ମହିଳା ପୁଲିସ୍‌ଧରି ନେଇ ଯାଉଛନ୍ତି । ଉର୍ଫିଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ କେହି କେହି ଏଥିରେ ଚକିତ ହୋଇଥିବା ବେଳେ ଆଉ କେହି ଏହାକୁ ଅବିଶ୍ୱାସ କରୁଛନ୍ତି । କାରଣ ‘ପବ୍ଲିସିଟି’ ପାଇଁ ଉର୍ଫି ଜାଣି ଜାଣି ଏପରି କରିଛନ୍ତି ବୋଲି କିଛି ଲୋକ ଦାବି କରୁଛନ୍ତି । ଏହି ଭିଡିଓରେ ସୋସିଆଲ୍ ମିଡିଆ ବ୍ୟବହାରକାରୀ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ଜଣେ ବ୍ୟବହାରକାରୀ ଲେଖିଛନ୍ତି, ”ଓଭରଆକ୍ଟିଂ ପାଇଁ ୫୦ ଟଙ୍କା କାଟିଦିଅ” । ଅନ୍ୟ ଜଣେ ଲେଖିଛନ୍ତି, ”ଲୋକ ଖବରରେ ରହିବା ପାଇଁ କ’ଣ କ’ଣ ନକରୁଛନ୍ତି!”ତେବେ ପ୍ରଶଂସକଙ୍କ ଏପରି କହିବା ସ୍ୱାଭାବିକ । କାରଣ ଆଜିକାଲି ପବ୍ଲିସିଟି ପାଇଁ ପିଲାମାନେ ନିଜ ଜୀବନକୁ ମଧ୍ୟ ବାଜି ଲଗାଇ ଦେଉଛନ୍ତି । ସେହିପରି ଉର୍ଫିି ମଧ୍ୟ ପବ୍ଲିସିଟି ପାଇଁ ଏପରି କରୁଥିବା ପ୍ରସଂଶକ କହିଛନ୍ତି ।

Leave a Reply

Your email address will not be published. Required fields are marked *